କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ତଳୀରେ ଶାସକ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନାହିଁ। କେତେବେଳେ ସରକାରୀ ପ୍ରକଳ୍ପରେ ବିଧାୟକ, କେନ୍ଦ୍ରାପଡ଼ା ବ୍ଲକ୍‌ ଅଧୢକ୍ଷଙ୍କ ନାଁ ରହୁନାହିଁ ତ’ କେତେବେଳେ ବିଧାୟକଙ୍କୁ ଉପେକ୍ଷା କରି ପ୍ରକଳ୍ପ ଲୋକାର୍ପଣ କରୁଛନ୍ତି ପ˚ଚାୟତ ସମିତି ଅଧୢକ୍ଷ ଶିବପ୍ରସାଦ ଭଳ। କେନ୍ଦ୍ରାପଡ଼ା ବିଧାୟକ-ଅଧୢକ୍ଷଙ୍କ ମଧୢରେ ଲାଗି ରହିଥିବା ଏପ୍ରକାର ଶୀତଳଯୁଦ୍ଧ ହାଟରେ ପଡ଼ି ଦାଣ୍ତରେ ଗଡ଼ୁଥିବା ବେଳେ ଆଜି ବଗଡ଼ା ପ˚ଚାୟତରେ ବିଧାୟକ ଶଶିଭୂଷଣ ବେହେରା ଆସିବା ପୂର୍ବରୁ ୮ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତ୍ସ୍ନାରାଣୀ ଜେନା ଏସ୍‌ଏଚ୍‌ଜି ଗୃହ ନିର୍ମାଣ ପ୍ରକଳ୍ପ ଶିଳନ୍ୟାସ କରିବା ଆଉ ବିଧାୟକ ସେଠାକୁ ନ ଯାଇ ଦୂରେଇ ରହିବା ଘଟଣା କେନ୍ଦ୍ରାପଡ଼ା ବିଧାନସଭା ରାଜନୀତିରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ଆଗକୁ ପ˚ଚାୟତ ନିର୍ବାଚନ ଆସୁଥିବା ବେଳେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିଧାୟକ-ଅଧୢକ୍ଷ-ଜିଲ୍ଲା ପରିଷଦ ସଭ୍ୟା-ସରପଞ୍ଚଙ୍କ ମଧୢରେ ଚାଲିଥିବା ଛକାପଞ୍ଝା ରାଜନୀତି କେବଳ ଦଳୀୟ କନ୍ଦଳକୁ ପଦାରେ ପକାଇ ଦେଉନାହିଁ, ବର˚ ବିଧାୟକଙ୍କ ନେତୃତ୍ବ ତଥା ସା˚ଗଠନିକ ଦକ୍ଷତା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଲାଣି। ଏ କଥା କାହାରିକୁ ଅଛପା ନାହିଁ ଯେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ତଳୀରେ ବିଜେଡି ତିନି ଭାଗରେ ବିଭକ୍ତ ହେଇସାରିଛି। ବିଧାୟକଙ୍କ ନେତୃତ୍ବରେ ଗୋଟିଏ ଗୋଷ୍ଠୀ କାମ କରୁଥିବା ବେଳେ ପୂର୍ବତନ ବିଧାୟକ କିଶୋର ତରାଇଙ୍କ ଗୋଷ୍ଠୀ ଏହାକୁ ବିଭିନ୍ନ ସମୟରେ ଚେକ୍‌ ଦେଇ ଆସୁଥିଲେ। ଏହାର ପ୍ରତିଫଳନ ପୂର୍ବରୁ ଭାଗବତପୁର ଓ ଅଣ୍ଢରା ସରପଞ୍ଚ ଉପନିର୍ବାଚନ ଏବ˚ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଅଧୢକ୍ଷ ଉପ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଧାୟକ ସମସ୍ତ ବଳ କୌଶଳ ଖଟାଇବା ସତ୍ତ୍ବେ ନିଜ ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଭାଗବତପୁର ଓ ଅଣ୍ଢରା ପଞ୍ଚାୟତରେ ବିଜୟୀ କରିପାରିନଥିଲେ।

Advertisment

ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଶଶିଙ୍କ ସହିତ ମତଭେଦ ପରେ ଅଧୢକ୍ଷ ଶିବପ୍ରସାଦ ଭଳଙ୍କ ନେତୃତ୍ବରେ ଆଉ ଏକ ନୂଆ ଗୋଷ୍ଠୀ ମୁଣ୍ତ ଟେକିଛି, ଯେଉଁମାନେକି’ ବିଧାୟକଙ୍କ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ଥିବା ତଥା ନିଜକୁ ଉପେକ୍ଷିତ ମନେ କରୁଥିବା ଲୋକ ପ୍ରତିନିଧି ତଥା ପୁରୁଖା କର୍ମୀମାନଙ୍କୁ ଭିତରେ ଭିତରେ ଏକାଠି କରୁଥିବା ଚର୍ଚ୍ଚା ହେଉଛି। ଦଳ ଯେହେତୁ ବହୁଧା ଗୋଷ୍ଠୀରେ ବିଭକ୍ତ ହେଇ ସାରିଛି, ତେଣୁ ବିଧାୟକ ବିରୋଧ ଭୟରେ ବୋଧହୁଏ ସବୁ ପଞ୍ଚାୟତକୁ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାକୁ ନିର୍ଦ୍ବନ୍ଦ୍ବରେ ଯାଇପାରୁନାହାନ୍ତି। ସମ୍ମତି ଜଣାଇବା ପରେ ଏକାଧିକ ଫଳକରେ ନାଁ ରହୁଥିଲେ ବି ବିଧାୟକ ଉଦ୍‌ଘାଟନ/ଶିଳାନ୍ୟାସ କରିବାକୁ ଆସିନଥିବାର ଚିତ୍ର ଭାଗବତପୁରଠୁ ନେଇ ସାନମାଣିତିଆ, ଶ୍ୟାମସୁନ୍ଦରପୁର ପ˚ଚାୟତରେ ଦେଖିବାକୁ ମିଳିଥିଲା। ବିଧାୟକ ନ ଆସିବାରୁ ଭାଗବତପୁରରେ ଅଧୢକ୍ଷ ଶ୍ରୀ ଭଳ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟ ସବୁ ପ˚ଚାୟତରେ ଜିଲ୍ଲା ପରିଷଦ ଅଧୢକ୍ଷ, ବିଡିଓ ଅଥବା ସରପଞ୍ଚ କରିଥିବାର ନଜିର‌୍‌ ରହିଛି। ଆଜି ଏହି ତାଲିକାରେ ଯୋଡ଼ି ହୋଇଛି ବଗଡ଼ା ପ˚ଚାୟତ। ଏହି ପ˚ଚାୟତର ଚାରିଟି ଉଦ୍‌ଘାଟନ ଏବ˚ ଗୋଟିଏ ଶିଳାନ୍ୟାସ କରିବାକୁ ବିଧାୟକ ସମ୍ମତି ଜଣାଇଥିଲେ। ପା˚ଚଟି ଯାକ ଫଳକରେ ତାଙ୍କ ନାଁ ରହିଥିଲା। ତଦନୁଯାୟୀ, ବଗଡ଼ା ସରପଞ୍ଚ ନିରୁପମା ପ୍ରଧାନ ତୁଣୁପୁର ହାଇସ୍କୁଲ୍‌ରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ସଭା ଆୟୋଜନ କରିଥିଲେ। କିନ୍ତୁ ବିଧାୟକ ଆସିବା ପୂର୍ବରୁ ବିଡିଓଙ୍କ ଜରିଆରେ ଅନ୍ୟ ଏକ ଜାଗାରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜେନା ଭଲିବଲ୍‌ କୋର୍ଟ ଏବ˚ ମିସନ୍‌ ଶକ୍ତି ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଦେଲେ।

ଏପଟେ ଭରା ସଭାରେ ଦୀର୍ଘ ସମୟ ଅପେକ୍ଷା ପରେ ବି ବିଧାୟକ ନ ଆସିବାରୁ ସରପଞ୍ଚ ଶେଷରେ ତୁଣୁପୁର ହାଇସ୍କୁଲ୍‌ ନବୀକରଣ ଏବ˚ କଚେରୀ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦ୍‌ଘାଟନ କରିଥିବା ବେଳେ ବଗଡ଼ା ମାର୍କେଟ୍‌ କ˚ପ୍ଲେକ୍ସ ଏବ˚ ପାଣି ଟାଙ୍କୀ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। ତେବେ ବିଧାୟକ ଆସିବା ପୂର୍ବରୁ ଜିଲ୍ଳା ପରିଷଦ ସଭ୍ୟା ବିଡିଓଙ୍କୁ ଧରି ପ୍ରକଳ୍ପ ଶିଳାନ୍ୟାସ କରିଦେବା ପଛର କାରଣ କ’ଣ? ସରପଞ୍ଚ -ଜିଲ୍ଲା ପରିଷଦ ସଭ୍ୟାଙ୍କ ବିବାଦ କାରଣରୁ ବିଧାୟକ ଆସିଲେ ନାହିଁ ନା’ ଏହା ପଛରେ ଅନ୍ୟ କିଛି କାରଣ ରହିଛି? କାହିଁକି ସମ୍ମତି ଜଣାଇବା ପରେ ବି ପ୍ରକଳ୍ପ ଉଦ୍‌ଘାଟନ/ଶିଳାନ୍ୟାସ କରିବାକୁ ପଞ୍ଚାୟତକୁ ଯାଉନାହାନ୍ତି ବିଧାୟକ? ବିରୋଧର ଭୟ ଘାରୁଛି ନା’ଦଳୀୟ କନ୍ଦଳ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି? ସାଧାରଣରେ ଏହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଆଗକୁ ଏ ସ୍ଥିତି ଜାରି ରହିଲେ ବିଧାୟକଙ୍କ ପାଇଁ ପ˚ଚାୟତ ନିର୍ବାଚନ ପରିଚାଳନା ଚାଲେଞ୍ଜ୍‌ ହେଇପାରେ ବୋଲି ତଥ୍ୟଭିଜ୍ଞ ମହଲ ଆକଳନ କରୁଛି। ଅନ୍ୟପକ୍ଷରେ ବଗଡ଼ା ସରପଞ୍ଚ ନିରୁପମା ପ୍ରଧାନ କହିଛନ୍ତି ଯେ ପ୍ରତିଶ୍ରୁତି ଦେଇ ବିଧାୟକ ନ ଆସି ବଗଡ଼ା ପ˚ଚାୟତବାସୀଙ୍କୁ ଅପମାନିତ କରିଛନ୍ତି। ତେଣେ ବିଧାୟକ କହିଛନ୍ତି ଯେ ସବୁ ଜାଗାକୁ ଯିବା ସମ୍ଭବ ନୁହେଁ। ଅନ୍ୟ କାମରେ ବ୍ୟସ୍ତ ଥିବା କାରଣରୁ ବଗଡ଼ାରେ ସେମାନଙ୍କୁ ଉଦ୍‌ଘାଟନ କରିବାକୁ କହି ଦେଇଥିଲେ। ତା’ଛଡ଼ା ଉଦ୍‌ଘାଟନ ଅପେକ୍ଷା ନୂଆ କାମ କରିବାକୁ ସେ ଅଧିକ ଗୁରୁତ୍ବ ଦେଉଥିବା ଶ୍ରୀ ବେହେରା ପ୍ରତିକ୍ରିୟାରେ କହିଛନ୍ତି।