ଭଦ୍ରକ ବାଣିତିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ, ବିଧାୟକ

ଭଦ୍ରକ: ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତକୁ ବିଧାୟକ ଓ ସାଂସଦ ଗସ୍ତ କରି ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ସାଳନ୍ଦୀ ସେତୁ ଓ କଲ୍ୟାଣ ମଣ୍ଡପର ଉଦଘାଟନ କରିଛନ୍ତି | ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକଙ୍କ ଗସ୍ତ ସମୟରେ ପୂର୍ବତନ ଧାମନଗର ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ଓ ପୂର୍ବତନ ଭଦ୍ରକ ପଞ୍ଚାୟତ ସମିତି ଚେୟାରମ୍ୟାନ ମଳୟ ଯେନାଙ୍କ ସମେତ ବାଣିତିଆ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବିନିତା ବେହେରା ଓ ସମିତିସଭ୍ୟା ପ୍ରତିମା ଯେନା ଉପସ୍ଥିତ ଥିଲେ |

ପ୍ରଥମେ ବିଧାୟକ ଓ ସାଂସଦ ବାଣିତିଆ ପଞ୍ଚାୟତ ତିଗିରିଆ ଗ୍ରାମରେ ପଂହଁଚି ତିଗିରିଆ ହରିଜନ କମ୍ୟୁନିଷ୍ଟ ସେଣ୍ଟରକୁ ଉଦଘାଟନ କରିଥିଲେ | ପରେ, ନାଲଗରା ସ୍ଥିତ ଆମ ଗାଁ ଆମ ବିକାଶର ଚମ୍ପାବାଗ ଖେଳପଡିଆ ଓ ନାଲଗରା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ | ପରେ କୁଡ଼ିଆମାଳ ଠାରେ ସାଳନ୍ଦୀ ନଦୀ ଉପରେ ବିଜୁସେତୁର ଶିଳାନ୍ୟାସ କରିବା ପରେ ବାଣିତିଆ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକ, ମହିଳା ମିଶନ ଶକ୍ତି ଗୃହ ଓ ପଞ୍ଚାୟତ ଗୋଷ୍ଠୀ ପରିମଳ କେନ୍ଦ୍ର ଉଦଘାଟନ କରିଥିଲେ |

ଏଥିସହ ଜୟରାମପୁର ବିଦ୍ୟାଳୟର ମୁଖ୍ୟ ଫାଟକ ଓ ମୁକ୍ତାପଦୀ ଅଙ୍ଗନବାଡି କେନ୍ଦ୍ରର ଉଦଘାଟନ କରିଥିଲେ | ସର୍ବଶେଷରେ ବାଣିତିଆ ପଞ୍ଚାୟତର ୭ନମ୍ବର ୱାର୍ଡର ଚଇତା ଗଡିଆ ମେଳଣ ପଡିଆ ଠାରେ ଚାଳିଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ପ୍ରକଳ୍ପର ଏକ କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତରର ଶିଳାନ୍ୟାସ କରିଥିଲେ ମାନ୍ୟବର ବିଧାୟକ ଓ ସାଂସଦ | ପରେ ଉକ୍ତ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ବାଣିତିଆ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କୈଳାସ ବେହେରା ଓ ସମିତି ସଭ୍ୟାଙ୍କ ପ୍ରତିନିଧି ଚକ୍ରଧର ଜେନାଙ୍କ ସମେତ, ପଞ୍ଚାୟତ ସଭାପତି ଲକ୍ଷ୍ମୀଧର ଦାସ,ପୂର୍ବତନ ସରପଞ୍ଚ ଯଦୁନାଥ ଗାହାଣ ଓ କପିଳ ଚନ୍ଦ୍ର ଯେନା,ପୂର୍ବତନ ସମିତିସଭ୍ୟ ଗୋପାଳ ଯେନାଙ୍କ ସମେତ ପ୍ରହ୍ଲାଦ ମାଝୀ,ଦୟାନିଧି ଯେନା,ସୁଧାକର ଯେନା,ଦାମୋଦର ଗାହାଣ,ନିଶାକର ମହଲା,ନବକିଶୋର ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସମେତ ବହୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ରହିବା ସହ ବାଣିତିଆ ପଞ୍ଚାୟତବାସୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର