ଜୟପୁର: ‘ଉଡାନ’ ଯୋଜନାର ‘୨ ସି’ରେ ଜୟପୁର ଏୟାରପୋର୍ଟକୁ ସାମିଲ କରାଯିବା ସହ ସଂପ୍ରତି ଉନ୍ନୟନ କାମ ଚାଲିଛି । ଦୀର୍ଘ ଦିନ ଆସି ପଡ଼ି ରହିଥିବା ବିଭିନ୍ନ ସ୍କାନର ଓ ଯନ୍ତ୍ରପାତି ଆଦିକୁ ଭୁବନେଶ୍ବର ଏୟାରଫୋର୍ଟ ଅଥୋରିଟିର ୬ଜଣିଆ ସିସିଏନଏସ୍ ଦଳ ଆସି ଏଗୁଡିକୁ ଖଂଜିଛନ୍ତି। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜୟପୁର ଏୟାରପୋର୍ଟରେ ବୁଲି ହୋଇଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀଇଂ. ଭାଷ୍କର ଚନ୍ଦ୍ର ସାମନ୍ତରାୟ ଓ ଏସଡିଓ ଇଂ.ବିଜୟ ବେହେରା ଓ ଭୁବନେଶ୍ବର ସିସିଏନଏସ୍ ଦଳ ବି ଉପସ୍ଥିତି ଥିଲେ। ବେସମାରିକ ବିମାନ ଚଳାଚଳ ସଚିବ ଓ ମନ୍ତ୍ରୀଙ୍କ ସହ ସେ ଏହାକୁ ‘୨ ସି’ରୁ ‘୩ସି’କୁ ନେବାକୁ ଅନୁରୋଧ କରିଥିଲେ। ୨ସି ମାନ୍ୟତାରେ ରାଉରକେଲା ବିମାନବନ୍ଦର କାମ ହେଉଥିବା ଫଳରେ କାମ ଆଗଉନଥିବା କହିଛନ୍ତି ବିଧାୟକ।
୨ସିରେ କେବଳ ୧୧ ସିଟ୍ ଏବଂ ୧୮ସିଟ୍ ବିମାନ ହିଁ ଚଳାଚଳ କରିବା ପାଇଁ ବିମାନବନ୍ଦର ତିଆରି କରାଯାଇଥାଏ। ଏଭଳି ବିମାନ ଓଡିଶାରେ ନଥିବାରୁଏହା ଆଗାମୀ ଦିନରେ ଜୟପୁର ବିମାନ ବନ୍ଦର ଚଳାଚଳ କରିବ କି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ତେଣୁ ଜୟପୁର ବିମାନବନ୍ଦରକୁ ୩ସି ମାନ୍ୟତା ଦିଆଗଲେ ୭୦ସିଟର ବିମାନ ଚଳାଚଳ କରିବା ପାଇଁ ଭିତ୍ତିଭୁମି ଓ ଅନୁସଙ୍ଗିକ ଉନ୍ନୟନ କାମ କରାଯାଇ ହେବ ଏବଂ ଆଗାମୀ ଦିନରେ ଏହି ବିମାନବନ୍ଦରରୁ ବିମାନ ଚଳାଚଳ କରି ପାରିବ ବୋଲି କହିଛନ୍ତି ବିଧାୟକ।
/sambad/media/post_attachments/wp-content/uploads/2021/01/jpr-mla-3-1024x576.jpg)
ଏଭଳିକି ବିମାନବନ୍ଦର ପାର୍ଶ୍ବରେ ଥିବା ଗ୍ରାମବାସୀ ଏହି ମହତ ପ୍ରକଳ୍ପ ପାଇଁ ଜମି ଦେବାକୁ ରାଜି ଅଛନ୍ତି। ରାଜ୍ୟ ସରକାର ଏହାକୁ ଚିନ୍ତା କରି ଏଠାରେ ‘୩ସି’ ମାନ୍ୟତା ଦିଲେଇବାକୁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଇବାକୁ ବିଧାୟକ ଅନୁରୋଧ କରିଛନ୍ତି। ପ୍ରକାଶଯୋଗ୍ୟ, ପ୍ରଥମେ ରନୱେ ୯୧୫ ମିଟର ଲମ୍ବା ଏବଂ ୨୩ ମିଟର ଚଉଡ଼ା ପାଇଁ ଯୋଜନା ହୋଇଥିଲା। ଏହାର ନିର୍ମାଣ କାମ ସରିବାର ଅଳ୍ପ ଦିନ ପରେ ପୁଣି ରନୱେର ଲମ୍ବ ୧୨ଶହ ମିଟର ଏବଂ ଓସାର ୩୦ ମିଟର କରିବା ସହ ଭିତ୍ତିଭୁମିର ସାମାନ୍ୟ ବିକାଶ କରିବାକୁ ଯୋଜନା କରାଯାଇଥିଲା। ଏହି ପ୍ରସ୍ତାବକୁ ବି କେନ୍ଦ୍ରସରକାର ଅନୁମୋଦନ କରିବା ସହ ୫୫କୋଟିରେ କରିବାକୁ ଅନୁମୋଦନ ଦେଇଥିଲେ। ଏହାରି ମଧ୍ୟରେ ଟେଣ୍ଡର ସରିଛି। ଠିକା ସଂସ୍ଥା ବର୍ଷକ ମଧ୍ୟରେ କାମ ସାରିବାକୁ କାମ ବି ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-mla-1a.jpg)