ଚଣ୍ଡିଖୋଲ: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି। ଆୟୋଜିତ ଯୋଗ ଶିବିରରେ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ନିଜେ ଯୋଗ କରି ଉପସ୍ଥିତ ଅଧ୍ୟାପକଅଧ୍ୟାପିକା, ଛାତ୍ରଛାତ୍ରୀ ଓ ପରିଚାଳନା କମିଟି କର୍ମକର୍ତ୍ତାଙ୍କୁ ଯୋଗର ବିଭିନ୍ନ ମୁଦ୍ରା ଦେଖାଇ ଅଭ୍ୟାସ କରିବାକୁ ସେ ପରାମର୍ଶ ଦେଇଥିଲେ।
ଅଧ୍ୟକ୍ଷ ଡ. ମନୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଶିବିରରେ ପରିଚାଳନା କମିଟି ସଭାପତି ବିନାୟକ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଡ. କେଦାରନାଥ ଦାଶ, ବିରେନ୍ଦ୍ର କୁମାର ମିଶ୍ର, ପରିଚାଳନା କମିଟି ସଦସ୍ୟ ନିରଞ୍ଜନ ସେନାପତି ଓ ଆଇନଜୀବୀ ଦେବରାଜ ବେହେରା ଓ ଅଧ୍ୟାପକ ସଲିଳ ମହାନ୍ତି, କ୍ୟାପଟେନ ଦିଲୀପ କୁମାର ନାୟକ, ବିଜୟ କେତନ ସାମଲ, ବିଜୟ କୁମାର ସାମଲ, ଡ. ଦିଲୀପ କୁମାର ନାୟକ, ସତ୍ୟବ୍ରତ ପୃଷ୍ଟି, ଦୋଳଗୋବିନ୍ଦ ପ୍ରତାପ, ସୁଜାତା ସେନାପତି, ସୁକେଶିନୀ ସାମଲ ଓ ବିମଳ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/19-19.jpg)