ବୈପାରିଗୁଡା ବ୍ଲକ ଗସ୍ତ କରି ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ଶୁଭ ଦେଲେ କୋରାପୁଟ ବିଧାୟକ

ବୈପାରିଗୁଡା: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଆଜି ବୈପାରିଗୁଡା ବ୍ଲକ ଗସ୍ତରେ ଆସି ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ବୈପାରିଗୁଡା ବ୍ଲକର କୋଲାର ପଞ୍ଚାୟତରେ ପହଞ୍ଚି ରାମପୁର ଠାରୁ ଗଦରାଗୁଡା ଯାଏ ରହିଥିବା ରାସ୍ତାରେ ପୋଲ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ଏହି ପୋଲ ନିର୍ମାଣ ବାବଦକୁ ୧.୯୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିବା ପ୍ରକାଶ। ସେହିଭଳି ଗନିପୁଟ ଠାରୁ ରାମପୁର ଛକ ଯାଏ ରାସ୍ତା ନିର୍ମାଣ ପାଇଁ ୨.୭୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ବିଧାୟକ ଶ୍ରୀ ପାଡାଲ ଶୁଭ ଦେବା ସହ ଗମନାଗମନରେ ରହିଥିବା ଅସୁବିଧା ଦୂର ହେବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ଗଦରାଗୁଡା ଠାରେ ଆୟୋଜିତ ସଭାରେ ଗ୍ରାମବାସୀମାନେ ଏକ କମ୍ୟୁନିଟି ସେଣ୍ଟର ଏବଂ ମିନି ଅଗଂନବାଡି କେନ୍ଦ୍ର ନିର୍ମାଣ ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ।

ବିଧାୟକ ଶ୍ରୀ ପାଡାଲ ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରିବା ସହ ଶୀଘ୍ର ଏହାର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବିଜେଡି ବ୍ଲକ ସଭାପତି ହେମନ୍ତ କୁମାର ମହାପାତ୍ର, ବିଧାୟକ ପ୍ରତିନିଧି ରମେଶ ସ୍ୱାଇଁ, ଦୋରାଗୁଡା ସମିତି ସଭ୍ୟ ତ୍ରିଲୋଚନ ଜେନା, ବ୍ଲକ କାର୍ଯ୍ୟକାରୀ ସଭାପତି ଲମ୍ବୋଦର ଖରା, କୋଲାର ପଞ୍ଚାୟତ ସଭାପତି ଦୈତାରି ଦିଶାରୀ, କୋଲାର ସମିତି ସଭ୍ୟ ଜଗନ୍ନାଥ ଖରା, କୋଲାର ପଞ୍ଚାୟତ ଯୁବ ସଭାପତି ତିଳ ନାୟକ, କୁନୁ ପ୍ରଧାନୀ, ପତି ନାୟକ, ଶ୍ରୀନୁ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର