ରାୟଗଡା: ଗୋଷ୍ଠୀ ସଦସ୍ୟମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବା ଏବଂ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟର ନେସନାଲ ଲିମିଟେଡ (ୟୁଏଆଇଏଏଲ) ଏଣ୍ଟରପ୍ରିନରସିପ ଡେଭଲ୍ପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସହଭାଗିତାରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରିବା ଉଦ୍ୟମ ଆରମ୍ଭ କରିଛି। ଶୀପୁର ଏବଂ ଥୁଆମୁଳ ରାମପୁର ଅଞ୍ଚଳରେ ଉକ୍ତ ପ୍ରକଳ୍ପ ଜରିଆରେ୧୩୮ଟି ଉଦ୍ୟୋଗ ସ୍ଥାପିତ ସଫଳତା ପାଇଛି। ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଏଥିପ୍ରତି ନିଜର ଆଗ୍ରହ ପ୍ରକାଶ କରିବା ସହିତ ଏହି ପ୍ରକଳ୍ପର ସ୍ବତନ୍ତ୍ରତା ଓ କାଶୀପୁରବାସୀଙ୍କ ଜୀବନ ଉପରେ ଏହା କିଭଳି ପ୍ରଭାବ ପକାଉଛି ତାହା ପରିଦର୍ଶନ କରିଥିଲେ। ଜଣେ ଅତିଥି ଭାବେ ପ୍ରକଳ୍ପର ବିଜନିଓ ପ୍ଲାଣ୍ଟ ଆପ୍ରୋଜାଲ କମିଟି ବୈଠକରେ ସେ ଉପସ୍ଥିତ ଥିଲେ। ତାଙ୍କ ସହିତ ଜିଏମ, ଡିଆଇସି ବିକାଶ ଚନ୍ଦ୍ର ବାଇନ, ଡିଏମ ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଇଡିଆଇଆଇ ଡାଇରେକ୍ଟର ଡଃ. ସୁବ୍ରତ ବିଶ୍ବାଳ, ଏସବିଆଇ ବ୍ରାଞ୍ଚ ମ୍ୟାନେଜର ଦୀପକ ରାଜ ଆପ୍ରେଜାଲ କମିଟିର ସଦସ୍ୟ ଥିଲେ।

Advertisment

publive-image Sambad

ଉକ୍ତ କମିଟି ଆକାଂକ୍ଷା ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ୩୬ଟି ବ୍ୟବସାୟିକ ଚିନ୍ତାଧାରାକୁ ଅନୁମୋଦନ କରିଛି। ସମସ୍ତ ଅନୁମୋଦିତ ବ୍ୟବସାୟିକ ଚିନ୍ତାଧାରାକୁ ଅଧିକ ଫଳପ୍ରଦ ଉଦ୍ଦେଶ୍ୟରେ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମୀ ପକ୍ଷରୁ ସମର୍ଥନ ଯୋଗାଇ ଦିଆଯିବ ବୋଲି କମିଟି କହିଛି। ବିଧାୟକ ଶ୍ରୀ ମୁଦୁଲି ଉତ୍କଳ ଆଲୁମିନା ଏବଂ ଉଦ୍ୟମୀ ଟିମକୁ ସେମାନଙ୍କ ସମସ୍ତ ପ୍ରୟାସ ନିମନ୍ତେ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ଅନନ୍ୟ ଓ ସମ୍ପୂର୍ଣ୍ଣ ନୂତନ ଧରଣର ପ୍ରୋଜେକ୍ଟର କେବଳ ଗୋଷ୍ଠୀଗୁଡିକର ସାମାଜିକ, ଅର୍ଥନୈତିକ ମାନ୍ୟତାରେ ପରିବର୍ତ୍ତନ ଆଣୁନାହିଁ, ଏଥିସହ ଏହି ଅଞ୍ଚଳର ସ୍ଥାନୀୟ ଅର୍ଥନୀତିର ବିକାଶ ଦିଗରେ ଅବଦାନ ରଖୁଛି। ଏହା ଉକ୍ତ ଅଞ୍ଚଳର ପ୍ରବାସୀ ଏବଂ କୁଶଳୀମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ ବୋଲି ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ। ସେ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ନିଜସ୍ବ କ୍ଷେତ୍ରରେ ରୋଲ ମଡେଲ ହେବା ନିମନ୍ତେ ଉତ୍ସାହିତ କରିବା ସହ ନିଜେ ଜଣେ ଉଦ୍ୟୋଗୀ ହେବା ନିମନ୍ତେ ଅନ୍ୟ ଯୁବକ ଯୁବତୀମାନଙ୍କୁ ପ୍ରେରଣା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ।