ବିଧାୟକ ପ୍ରତାପ ଜେନାଙ୍କ ଦ୍ବାରା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା

୨୦୨୩ ସେପ୍ଟେମ୍ବର ସୁଦ୍ଧା ମାହାଙ୍ଗା, ନିଶ୍ଚିନ୍ତକୋଇଲିର ୪୦ ପଞ୍ଚାୟତକୁ ଟ୍ୟାପ୍‌ ପାଣି

ମାହାଙ୍ଗା: ମାହାଙ୍ଗା ବିଧାୟକ ପ୍ରତାପ ଜେନା କୁଣ୍ତି, ମଧୁପୁର ଓ ମାହାଙ୍ଗା ପଞ୍ଚାୟତ ଗସ୍ତ କରି ମେଗା ପାନୀୟଜଳ ପ୍ରକଳ୍ପ, ଜରିଆ ଝିଲ୍ଲୀ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ। ସୂଚନା ଥାଉ କି, ମାହାଙ୍ଗା ବ୍ଳକ୍‌ର ୩୭ ଓ ନିଶ୍ଚିନ୍ତକୋଇଲି ବ୍ଳକ୍‌ର ୭ ଗୋଟି ପଞ୍ଚାୟତର ଜନସାଧାରଣଙ୍କୁ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ୨୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ମେଗା ପାନୀୟଜଳ ପ୍ରକଳ୍ପର ଜଳ ବିଶୋଧନାଗାର ଓ ଗଭୀର ନଳକୂପ ନିର୍ମାଣ କରାଯାଉଛି। ଉକ୍ତ ନିର୍ମାଣ କାର୍ଯ୍ୟକୁ ବିଧାୟକ ଶ୍ରୀ ଜେନା ତଦାରଖ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଟ୍ୟାପ୍‌ ଯୋଗେ ପାଣି ପଂହଚାଇବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମାହାଙ୍ଗାର ପ୍ରସିଦ୍ଧ ଐତିହାସିକ ସ୍ଥଳ ଜରିଆ ଝିଲ୍ଲୀ ନିକଟରେ ପହଞ୍ଚି ଜଳ ବିଭାଜିକା ଅଧିକାରୀମାନଙ୍କ ସହିତ ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ନିମନ୍ତେ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ୍‌ ଅଧ୍ୟକ୍ଷା ଦୀପା ମଲ୍ଲିକ, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ବାଳ, ବ୍ଲକ୍‌ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଳକ୍‌ ବିଜେଡି ସଭାପତି ରାଜକିଶୋର ଜେନା, ପୂର୍ବତନ ବ୍ଳକ୍‌ ଅଧ୍ୟକ୍ଷ ଶରତ ନାୟକ, ପାନୀୟଜଳ ଓ ପରିମଳ ବିଭାଗ ଅଧିକାରୀ ସୁରେଶ ଚନ୍ଦ୍ର ରାଉତ, ଏସ୍‌ଡିଓ ଜ୍ୟୋତିପ୍ରକାଶ ଦାସ, ଆସିଷ୍ଟାଣ୍ଟ୍‌ ଇଂ. ପ୍ରଦୀପ୍ତ ଚନ୍ଦ୍ର ଦେଓ, ମେଗା ପାନୀୟଜଳ ପ୍ରକଳ୍ପ କଂପାନି ମ୍ୟାନେଜର୍‌ ଏସ୍‌ ସୁରେଶ, ମୁଖ୍ୟଯନ୍ତ୍ରୀ ବାଲେଶ୍ବର ନାଥ ସାହୁ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଦିଲ୍ଲୀପ ରାଉତ, ନିର୍ବାହୀଯନ୍ତ୍ରୀ ସନ୍ଦୀପ କୁମାର, ଅତିରିକ୍ତ ନିର୍ବାହୀଯନ୍ତ୍ରୀ ସତ୍ୟନାରାୟଣ ନନ୍ଦ, କନିଷ୍ଠଯନ୍ତ୍ରୀ ସୌମେନ୍ଦୁ ମହାନ୍ତି, ରବୀନ୍ଦ୍ର ଦାସ ଜିଲ୍ଲା ପରିଷଦ ସଭ୍ୟ ମୁର୍ସିଦ ରିୟାଜୁଲ ଦୋଦା, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ପ୍ରୀତମ୍‌ କାନୁନ୍‌ଗୋ, ଜୟନ୍ତ ବିଶ୍ବାଳ, ଅଖିଳେଶପଦ ମହାନ୍ତି, ବ୍ଳକ୍‌ ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ, ତ୍ରିନାଥ ଜେନା, ସରପଂଚ ମମତାମୟୀ ସୂତାର, ସମିତିସଭ୍ୟ ଦୁର୍ଗାପ୍ରସାଦ ବାରିକ, ସଦାଶିବ ଦାସ, ମାହାଙ୍ଗା ସେବା ସମବାୟ ସଭାପତି ରଜନୀକାନ୍ତ ପରିଡା, ପ୍ରଶାନ୍ତ କର, ଭ୍ରମରବର ରାଉତରାୟ, ହେମନ୍ତ ପ୍ରଧାନ, ଶ୍ରୀକାନ୍ତ ଦାଶ, ଯୁବ ସଂଗଠକ ଜ୍ଞାନେନ୍ଦ୍ର ସାହୁ, ଭବାନୀଶଙ୍କର ସାମଲ, ଦୀପକ ଦାଶ, ଆଲୋକ ସେଠୀ, ପ୍ରଦୀପ୍ତ ବିଶ୍ବାଳଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର