‘ମୋ ଘର’ ବ୍ଲକସ୍ତରୀୟ ସମନ୍ବୟ ବୈଠକ

ଜୟପୁର: ରାଜ୍ୟ ସରକାର ନୂଆରେ ଆରମ୍ଭ କରିଥିବା ‘‘ମୋ ଘର ’’ ଯୋଜନାର ବ୍ଲକ ସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡିଓ ରାଜୀବ ଦାସ ସଭାପତିତ୍ବ କରିବା ସହ ଯୋଜନା ସଂପର୍କରେ ଆଲୋକପାତ୍ କରିଥିଲେ। ଏଥିରେ ତହସିଲଦାର ସୁଶ୍ରୀସାଗରିକା ଷଡଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, ବିଏସଏସଓ ନିଶା ନାୟର, ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଜିଲ୍ଲାପରିଷଦ ସଭ୍ୟା ଅସ୍ଥା ନାୟକ, ରଶ୍ମି ରଥ , ତପତି ପଟ୍ଟନାୟକ, ସିଡିପିଓ ସୁଚେତା ପଣ୍ଡା, ‌ରାବଣାଗୁଡା ସିଏଚସିର ମେଡିକାଲ ଅଧିକାରୀ, ସବୁ ପଂଚାୟତର ପିଇଓ, ଜିଆରଏସ୍, ସରପଂଚ ଓସମିତିସଭ୍ୟ ମାନେ ଭାଗ ନେଇଥିଲେ।

ଆସନ୍ତ ୧୬ତାରିଖରୁ ଇଛୁକ ଆବେଦନକାରୀ ମାନେ ମୋ ସେବା କେନ୍ଦ୍ରରେ ଯାଇ ଆବେଦନ କରିପାରିବେ। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଘର ନିର୍ମାଣ ପାଇଁ ଏକ ଲକ୍ଷରୁ ଆରମ୍ଭ କରି ୩ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ। ଧାର୍ଯ୍ୟ ସମୟରେ ଘର ନିର୍ମାଣ କାମ ସାରିଲେ ସରକାର ଏହି ଯୋଜନାରେ ସବସିଡି ପ୍ରଦାନ କରିବେ ବୋଲି ବିଡିଓ ବୁଝାଇଥିଲେ। କାର୍ଯ୍ୟକ୍ରମର ରୁପରେଖ , କିଭଳି ଆବେଦନ କରାଯିବ, ଆବେଦନ ପାଇଁ କଣ କଣ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ଆଦି ବିପିସି ନିରାକାର ଲମତା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର