ଭଦ୍ରକ: ଉତ୍ତ୍ୟକ୍ତ ଲୋକେ ଗୋରୁ ଚୋରା ଚାଲାଣ ଗାଡ଼ିିରେ ନିଆଁ ଲଗାଇଦେଲେ,ଉତ୍ତେଜନା

ଭଦ୍ରକ: ଗୋରୁ ଚୋରା ଚାଲାଣକୁ ନେଇ ଭଦ୍ରକ ଜିଲ୍ଲା ଅସୁରାଲି ଠାରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଗୋରୁ ଚାଲାଣ କରୁଥିବା ୮ଟି ଗାଡ଼ିକୁ ଅଟକାଇ ସେଥି ମଧ୍ୟରୁ ଗୋଟିଏ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ ଘଟଣାସ୍ଥଳରେ ମୂତୟନ କରାଯାଇଛି।


ମିଳିଥିବା ସୁଚନାରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୨ଟା ବେଳେ ଧୁଷୁରୀ ଥାନା କନ୍ଦରପାଟିଆ ଗ୍ରାମରୁ ୮ଟି ପିକ୍‌ଅପ୍‌ ଭ୍ୟାନରେ ୧୮୦ଟି ଗୋରୁଙ୍କୁ ଅତି ନିର୍ଦ୍ଦୟଭାବେ ଭର୍ତ୍ତି କରି ପଶ୍ଚିମବଙ୍ଗ ଚୋରା ଚାଲାଣ କରାଯାଉଥିଲା। ଏ ଖବର ପାଇ ଗ୍ରାମବାସୀମାନେ ଆସି ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଅଟକାଇବା ବେଳକୁ ୨ଟି ଗୋରୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଦେଇ ଲୋକଙ୍କ ମଧ୍ୟ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଜୋର ଜବରଦସ୍ତ ଗୋରୁ ଗୁଡ଼ିକୁ ଫିଟାଇ ଦେବା ସହିତ ଗାଡି ଭଙ୍ଗାରୁଜା କରି ଗୋଟିଏ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।।

ଖବର ପାଇ ପୁଲିସ ଓ ମାଜିଷ୍ଟ୍ରେଟ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ତେବେ ଏହାକୁ ନେଇ ଏବେ ବି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ମୂତୟନ କରାଯାଇଛି।

ସମ୍ବନ୍ଧିତ ଖବର