ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବରହମପୁର ଗାଁ ନିକଟରେ ଏକ ବାଇକକୁ ଏକ ଘରୋଇ ବସ ଧକ୍କା ଦେବାରୁ ଏ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତିି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ଅପରପକ୍ଷେ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହତ ଲୋକେ ଦୁଘଟଣା ଘଟାଇଥିବା ବସକୁ ଓଲଟାଇ ଦେଇ ଏଥିରେ ନିଆଁ ଲଗାଇ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୦ଟା ବେଳେ ପାଟଣାଗଡ଼ ବ୍ଲକ୍ ସାଲେପାଲି ଗାଁର ବଳାରାମ ସା ତାଙ୍କ ଝିଅ ଅନନ୍ୟା ସାଙ୍କୁ ବାଇକରେ ବସାଇ ଗାଁକୁ ଆସୁଥିଲେ। ବରହମପୁରା ନିକଟାରେ ସେମାନଙ୍କୁ ଓଆର୦୩ଏଫ ୫୯୨୮ ନମ୍ବର ବିଶିଷ୍ଟ ପୁରେହିତ ଓରଫ ରାଜଲକ୍ଷ୍ମ୍ମୀ ନାମକ ଏକ ଘରୋଇ ବସ ପଛପଟୁ ଧକ୍କା ଦେଇଥିଲା। ବାଇକଟିି ବସ ତଳେ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲାା। କୌଣସି ମତେ ସ୍ଥାନୀୟ ଲୋକେ ଶ୍ରୀ ସା ଓ ଅନନ୍ୟାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସିତ ଅବସ୍ଥାରେ ଅନନ୍ୟାଙ୍କର ମୃତ୍ୟୁ ଘଟିଛି।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ପୁଲିସ ଖବର ପାଇ ସେଠାରେ ପହଞ୍ଚିଥିଲା। ମାତ୍ର ବସର ଡ୍ରାଇଭର ଓ କଣ୍ଡକ୍ଟର ଦୁର୍ଘଟଣା ପରେ ଫେରାର ହୋଇ ଯାଇଥିିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ବସକୁ ଓଲଟାଇ ଦେବା ସହିତ ଏଥିରେ ନିଆଁ ଲଗାଇ ଦେଇଥିଲେ।
ବଲାଙ୍ଗୀର: ବାଇକକୁ ପଛରୁ ଧକ୍କା ଦେଲା ବସ, ଛାତ୍ରୀ ମୃତ, ବସରେ ନିଆଁ ଲଗାଇ ଦେଲେ ଲୋକେ
/sambad/media/post_attachments/wp-content/uploads/2018/07/truck-in-fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)