ରାଉରକେଲା: ରାଉରକେଲାସ୍ଥିତ ମାଲଗୋଦାମ୍ ରେଲେଓ୍ଵ ଫାଟକ ନିକଟରେ ମଙ୍ଗଳବାର ଜଣେ ବ୍ୟକ୍ତିିଙ୍କ ଘରେ ମୋବାଇଲ ବିସ୍ଫୋରଣ ହୋଇଛି । ସୌଭାଗ୍ୟବଶତଃ ଏହି ବିସ୍ଫୋରଣରେ କାହାରି କିଛି କ୍ଷତି ହୋଇ ନାହିଁ।
ସୂଚନାଯୋଗ୍ୟ, ମାଲଗୋଦାମ୍ ରେଲେଓ୍ଵ ଫାଟକରେ ମାନସ ବାରିକ ବସବାସ କରନ୍ତି। ଆଜି ସେ କୌଣସି କାମରେ ବାହାରକୁ ଯାଇଥିଲେ। ବାହାରୁ କାମ ସାରି ଘରକୁ ଫେରିବା ପରେ ଫୋନ୍କୁ କୁଲର ଉପରେ ରଖି ଗାଧୁଆ ଘରକୁ ଧୁଆଧୁଇ ହେବା ପାଇଁ ଚାଲି ଯାଇଥିଲେ। ଧୁଆଧୁଇ ହୋଇ କୁଲର ପାଖକୁ ଆସିଲା ବେଳକୁ ସେ ଚାର୍ଜରେ ବସାଇଥିବା ଭିଭୋ y୧୨ ଫୋନ୍ରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। କିଛି ସମୟ ଧୁଆଁ ବାହାରିବା ପରେ ଜୋର ଶବ୍ଦ କରି ଫୋନ୍ଟି ବିସ୍ଫୋରଣ ହୋଇଯାଇଥିଲା। ଫଳରେ ଫୋନ୍ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଅଘଟଣ ଘଟିବା ସମୟରେ ମାନସ ବାରିକ ଓ ତାଙ୍କ ପତ୍ନୀ ଦମୟନ୍ତୀ ବାରିକ ସେଠାରେ ଉପସ୍ଥିତ ଥିଲେ ହେଁ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ। ମାନସ ଏହି ଫୋନ୍କୁ ଚଳିତ ବର୍ଷ ଅର୍ଥାତ ୧୫.୧୦.୨୦୧୯ରେ କିଣିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/BlueStacks_ScreenShot-14.jpg)