ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ବଜାର ଅଞ୍ଚଳରେ ସୋମବାର ଅଘଟଣ ଘଟିଛି। ମୋବାଇଲ ଫୋନ୍ ବିସ୍ଫୋରଣ ଘଟି ବ୍ୟବସାୟୀ ପ୍ରଦୀପ ସାହୁଙ୍କ ଘର ଜଳିଯାଇଛି। ସୌଭାଗ୍ୟବଶତଃ ତାଙ୍କ ପରିବାର ଲୋକେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ପୁରୁଣାକଟକ ବଜାର ଅଞ୍ଚଳରେ ରହିଥିବା ବ୍ୟବସାୟୀ ଶ୍ରୀ ସାହୁ ତାଙ୍କ ଘରେ ମୋବାଇଲ ଫୋନ୍ ଚାର୍ଜରେ ବସାଇ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ମୋବାଇଲ ଫୋନ୍ଟି କୌଣସି କାରଣରୁ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିଲା। ଘରେ ଥିବା ଲୁଗାପଟା ଆସବାବପତ୍ର ସହ କିଛି ନଗଦ ଟଙ୍କା ମଧ୍ୟ ପୋଡ଼ିଯାଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି।