ଯୁବତୀଙ୍କଠାରୁ ମୋବାଇଲ ଲୁଟ୍, ୪ ଗିରଫ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୁଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଧ୍ରୁପଦା ଅଞ୍ଚଳର ରାଜେଶ ନାଏକ (୨୦), ବୈଦ୍ୟରାଜସାହିର ସୁବ୍ରତ କୁମାର ରାଉତ (୨୧), ଷଠିଘରସାହିର ରଞ୍ଜିତ ପାତ୍ର (୨୨) ଓ ବୃନ୍ଦାବନ ନାଏକ (୨୧)। ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝର ବଣିଆପାଟ ଅଞ୍ଚଳରେ ରହୁଥିବା ୩ଜଣ ଯୁବତୀ ୧୦ ତାରିଖରେ ବୁଲିବା ପାଇଁ ଯାଇଥିଲେ। ଫେରିବାବେଳେ ଜୁଡ଼ିଆଘାଟିରେ ମୋବାଇଲରେ ଭିଡିଓ ସୁଟିଂ କରୁଥିଲେ।

ଏହି ସମୟରେ ୪ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଯୁବତୀମାନେ ତାଙ୍କ ମୋବାଇଲକୁ ଫୋନ୍‌ କରିବାରୁ ପାଖ ଜଙ୍ଗଲକୁ ଆସି ମୋବାଇଲ ନେଇଯିବାକୁ କହିଥିଲେ। ଫଳରେ ଯୁବତୀମାନେ ନିଜକୁ ସୁରକ୍ଷିତ ନମଣି ସେଠାରୁ ଚାଲି ଆସିଥିଲେ। ପରେ‌ ଫୋନ୍‌ କରି ମୋବାଇଲ ମାଗିଥିଲେ ମଧ୍ୟ ସେମାନେ ଦେଇନଥିଲେ।

ଓଲଟା ବ୍ଲାକମେଲିଂ କରିଥିଲେ। ଏଥିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଯୁବତୀମାନେ ଟାଉନ ଥାନାରେ ୧୫ ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର