ରାଉରକେଲା: ଚୋରି କାମ ପାଇଁ ପାଖରେ ୩/୪ ଜଣ ନାବାଳକଙ୍କୁ ରଖିଥିଲା। ନାବାଳକମାନେ ହିଁ ଦୋକାନ ଭିତରକୁ ପଶି ଚୋରି କରୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ବାହାରେ ଜଗି ରହୁଥିଲା। ଏଭଳି ଏକ ଗ୍ୟାଙ୍ଗ୍‌କୁ ରଘୁନାଥପଲ୍ଲୀ ପୁଲିସ ଠାବ କରିଛି। ମୁଖ୍ୟ ଅଭିଯୁକ୍ତ ଗୋପବନ୍ଧୁପଲ୍ଲୀ ନୀତେଶ ନନ୍ଦ(୧୮)କୁ ଗିରଫ କରାଯାଇଥିବାବେଳେ ୩ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି। ଅଭିଯକ୍ତ ପାଖରୁ ବିଭିନ୍ନ ନାମୀଦାମୀ କମ୍ପାନିର ୨୧ଟି ମୋବାଇଲ, ୩ଟି ଟ୍ୟାବଲେଟ୍‌, ୨ଟି ସ୍ମାର୍ଟ‌ ୱାଚ୍‌, ୩ଟି ପାୱାର ବ୍ୟାଙ୍କ୍‌, ୫ଟି ମୋବାଇଲ ଚାର୍ଜର, ଗୋଟିଏ ଦାମୀ ସ୍ପିକର୍‌ ଆଦି ଜବତ ହୋଇଛି।

Advertisment

publive-image

ପ୍ରକାଶଥାଉକି, ପାନପୋଷ ରୋଡରେ ମୋବାଇଲ ଦୋକାନ ‘ପିସି ଗ୍ୟାଲେରୀ’ ରହିଛି। ଦୋକାନ ମାଲିକ ପ୍ରତିଦିନ ଭଳି ଗତ ୨୯ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। ତେବେ ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ନୀତେଶ ତା’ର ତିନି ନାବାଳକ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ମୁଖ୍ୟ ଅଭିଯୁକ୍ତ ଦୋକାନ ବାହାରେ ଜଗି ରହିଥିବାବେଳେ ତିନି ନାବାଳକ ସ୍କାଏଲାଇଟ୍‌ ଭାଙ୍ଗି ଦୋକାନ ଭିତରକୁ ପଶିଥିଲେ।

ଏହାସହ ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ଯଥା,- ଆପଲ୍‌, ସାମସଙ୍ଗ୍‌, ରିଏଲ୍‌ମି, ରେଡ୍‌ମି ଆଦି କମ୍ପାନିର ୩୫ଟି ସ୍ମାର୍ଟ ଫୋନ୍‌, ଟ୍ୟାବଲେଟ୍‌, ଏକାଧିକ ମୋବାଇଲ୍‌ ଚାର୍ଜର୍‌, ୭ଟି ରିପ୍ୟାରିଂ ମେସିନ୍‌, ୬ଟି ପାଓ୍ବାର ବ୍ୟାଙ୍କ୍‌, ୫ଟି ସ୍ମାର୍ଟ ଓ୍ବାଚ୍‌, ୫ଟି ସ୍ପିକର ଓ ନଗଦ ୮୦ ହଜାର ଟଙ୍କା ଚୋରି କରିନେଇଥିଲେ। ରଘୁନାଥପଲ୍ଲୀ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନେଇଛି ସତ; କିନ୍ତୁ ଚୋରି ସାମଗ୍ରୀର ଏକ ଚତୁର୍ଥାଂଶ ବି ଉଦ୍ଧାର ହୋଇପାରିନି।