ରାଉରକେଲା: ଉଦିତନଗର ସୁପର ମାର୍କେଟର ଏକ ମୋବାଇଲ ଦୋକାନରୁ ଆଜି ଭୋରୁ ଏକ ବଡ ଧରଣର ଚୋରି ହୋଇଯାଇଛି। ଚୋରି ହୋଇଥିବା ଫୋନ ଗୁଡିକର ଆନୁମାନିକ ମୂଲ୍ୟ ୧୫ ରୁ ୧୭ ଲକ୍ଷ ଟଙ୍କା ହେବ ବୋଲି ଦୋକାନ ମାଲିକ କହିଛନ୍ତି । ଚୋର ମାନେ ଦୋକାନର ଶଟର କୁ କୌଣସି ଯନ୍ତ୍ର ସାହାଯ୍ୟରେ ଉଠାଇ ଦୋକାନ ମଧ୍ୟକୁ ପଶି ଥିବାର ଜଣା ପଡୁଛି। ଦୋକାନ ମଧ୍ୟରେ ଥିବା ସମସ୍ତ ମୋବାଇଲ ଫୋନ କୁ ଖୋଳ ରୁ ବାହାର କରି ନେଇଯାଇଛନ୍ତି। ଏହି ଲୁଟ ରେ ଅନ୍ୟୁନ୍ୟ ୫ ଜଣ ସାମିଲ ଥିବା ସିସିଟିଭି ଫୁଟେଜରୁ ଜଣା ପଡୁଛି। ଏହି ଚୋରି ଶନିବାର ବିଳମ୍ବିତ ରାତି କିମ୍ବା ରବିବାର ଭୋରୁ ହୋଇଥିବା ଅନୁମାନ କରାଯାଉଛି। ଉଦିତନଗର ଥାନା ପୋଲିସ ଏହି ଚୋରି ମାମଲା ତଦନ୍ତ ଜାରି ରଖିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp