ଅଗ୍ନିକାଣ୍ଡରେ ମୋବାଇଲ୍ ଦ‌ୋକାନ ପାଉଁଶ

ଛତ୍ରପୁର: ଗଂଜାମ ଜିଲ୍ଲା ଛତ୍ରପୁର ସହର ମଝିବଜାର ଏକ ମୋବାଇଲ୍ ଦୋକାନରେ ଆଜି ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ବିିଭିନ୍ନ ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡ଼ିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦୋକାନଟି କୁମାରବେଗପଲ୍ଲୀ ଗ୍ରାମର ରାମ ପଲେଇଙ୍କର ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡରେ ପଡ଼ୋଶୀ ଫଟୋ ଷ୍ଟୁଡ଼ିଓ ବି କ୍ଷତିଗ୍ରସ୍ତ ହୋଇଛି। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି।

ସମ୍ବନ୍ଧିତ ଖବର