ଚାରି ବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ

ବାଲିଅନ୍ତା: ବିପର୍ଯ୍ୟୟର ମୁକାବିଲା ପାଇଁ ଜନ ସାଧାରଣଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ନେଇ ଆଜି ସ୍ଥାନୀୟ ପ୍ରଶାସନ ଓ ବାଲିଅନ୍ତା ଅଗ୍ନିଶମ ସେବା କେନ୍ଦ୍ର ମିଳିତ ସହଯୋଗରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ପରବର୍ତ୍ତୀ ସମୟରେ କିଭିଳି ଉପାୟ ଅବଲମ୍ବନ କରି ମୁକାବିଲା କରାଯାଇପାରିବ ସେ ସଂପର୍କରେ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିପର୍ଯ୍ୟୟ ବେଳେ ଲୋକଙ୍କୁ ପ୍ରଥମେ ସଚେତନ କରାଇ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା, ଗୃହପାଳିତ ପ୍ରାଣୀମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ତଥା ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା, ଆଶ୍ରୟସ୍ଥଳୀରେ ବିପନ୍ନ ଲୋକମାନଙ୍କ ଖାଦ୍ୟ, ପାନୀୟ ଓ ଔଷଧ ଯୋଗାଣ, ବିପଦ ଟଳିଯିବା ପରେ ରାସ୍ତାଘାଟ ସଫେଇ, ପରିବେଶ ପରିଷ୍କାର ,ପରିଚ୍ଛନ୍ନତା, ଅସୁସ୍ଥ ଲୋକମାନଙ୍କୁ ଚିକିତ୍ସା ସୁବିଧା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଅଧିକାରୀମାନେ ଶିକ୍ଷା ପ୍ରଦାନ କରିଥିଲେ।

Sambad

ସତ୍ୟଭାମାପୁର , ଅଣ୍ଡିଲୋ, ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବଡ଼ କଥା ହେଉଛି, ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କୁ ସାମିଲ କରାଯାଇ ନଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ଅନ୍ୟମ‌ାନଙ୍କ ମଧ୍ୟରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ବିଡିଓ ନାରାୟଣ ଚନ୍ଦ୍ର ନାୟକ,ଷ୍ଟେସନ ଅଫିସ ଜ୍ଞାନେନ୍ଦ୍ର ବେହେରା , ଅକ୍ଷିଳ ଭଟ୍ଟ, ଶ୍ରୀକାନ୍ତ ସାହୁ ଏବଂ ଓକିଲ କାଣ୍ଡି ପ୍ରମୁଖ ପ୍ରଶିକ୍ଷ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର