ଅତ୍ୟାଧୁନିକ ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସ ଲୋକାର୍ପିତ 

କୋରାପୁଟ: କୋରାପୁଟ ସଂସଦୀୟ କ୍ଷେତ୍ରରେ ଝୁଣ୍ଟିବନି ଆମ୍ବୁଲାନ୍ସ ସେବା। ଆଜି କୋରାପୁଟ ଜିଲ୍ଲା ଚିକିତ୍ସାଧୀକାରୀଙ୍କ କାର୍ଯ୍ୟଳୟ ପରିସରରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଅତ୍ୟାଧୁନିକ ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି। ୫୮ ଲକ୍ଷ ଟଙ୍କାର ଏହି ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଲୋକଙ୍କ ସେବାରେ ଲାଗିବ। ସାଂସଦ ପାଣ୍ଠିରୁ ଏହି ଅର୍ଥ ବ୍ୟୟବରାଦ ହୋଇଥିବା ଜଣାପଡିଛି।

ଆଜିର ଏହି ଲୋକାର୍ପଣ ଉତ୍ସବରେ ସିଡିଏମଓ ମକରନ୍ଦ ବେଉରା, ଡିସିସି ସଭାପତି ମୀନାକ୍ଷି ବାହିନିପତି, ପୂର୍ବତନ ବିଧାୟକ ନିମାଇ ସରକାର, ରୁପକ ତୁରୁକ, ଗଭବାନ ବାହିନିପତି, ରାମଚନ୍ଦ ପାଙ୍ଗୀ, ଅର୍ଜୁନ ବାଙ୍କା, ମିଟୁ ମିଶ୍ର, ଜୟନ୍ତ କଚିମ, ରମେଶ ବାକ୍ଷ୍ୟା, କୃଷ୍ଣକୂଳଦୀପଙ୍କ ସହ ସିଡିଏମଓଙ୍କ କାର୍ଯ୍ୟର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ଗତବର୍ଷ କୋଭିଡ଼ ସଂକ୍ରମଣର ପ୍ରାଦୁର୍ଭାବ ଓ ଉନ୍ନତ ଚିକିତ୍ସା ପାଇବା ପାଇଁ କୋରାପୁଟ ଜିଲ୍ଲାରୁ ରୋଗୀଙ୍କୁ ଭୁବନେଶ୍ୱର ଭଳି ସହରରେ ଥିବା ଉଚ୍ଚ ମାନର ହସ୍ପିଟାଲକୁ ନେବା ପାଇଁ ହେଉଥିବା ଅସୁବିଧାକୁ ଆଖିରେ ରଖି କୋରାପୁଟ ସାଂସଦ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଅତ୍ୟାଧୁନିକ ଆମ୍ବୁଲାନ୍ସ କିଣିବା ପାଇଁ ନିଜ ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କାର ଅନୁଦାନ ଯୋଗାଇଦେଇଥିଲେ । ଜିଲ୍ଲାରେ ୨୦ଟି ୧୦୮ ଆମ୍ବୁଲାନ୍ସ ଓ ୧୮ଟି ୧୦୨ ଆମ୍ବୁଲାନ୍ସ ରହିଥିବା ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ନଥିଲା। ଏହି ଆମ୍ବୁଲାନ୍ସରେ ଉନ୍ନତମାନ ଷ୍ଟ‌େଚର, ଭେଣ୍ଟିଲେଟର, ଇସିଜି, ବିପି ଚେକ୍‌ ସହ ସବୁ ସର୍ବନିମ୍ନ ସୁବିଦା ରହିଥିବା ସିଡିଏମଓ କହିଛନ୍ତି।

ସମ୍ବନ୍ଧିତ ଖବର