ବିଜେଡି ଛାଡ଼ିଲେ ପୂର୍ବତନ ଯାଜପୁର ସାଂସଦ ମୋହନ ଜେନା

ଯାଜପୁର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଯାଜପୁର ସାଂସଦ ଗୁରୁବାର ଦଳ ଛାଡ଼ିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ଟିକେଟ ମିଳି ନଥିବାରୁ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ବିଜେଡିରୁ ଇସ୍ତଫା ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବତନ ସାଂସଦ ଜେନା ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କୁ ପଠାଇ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଚଳିତ ଲୋକସଭା ନିର୍ବାଚନରେ ଯାଜପୁର ଲୋକସଭା ଆସନରୁ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ଟିକେଟ ଦେଇଛି।

ମୋହନ ଜେନାଙ୍କ ରାଜନୈତିକ କ୍ୟାରିୟର ସୁଦୀର୍ଘ। ସେ ୧୯୯୨ରୁ ୧୯୯୪ ଯୁବ ଜନତା ଦଳର ସାଧାରଣ ସଂପାଦକ ଥିଲେ। ସେହିପରି ୧୯୯୪ରୁ ୧୯୯୮ ଯାଏଁ ଜନତା ଦଳ ଓଡ଼ିଶା ରାଜ୍ୟ ଶାଖାର ସଂପାଦକ ଥିବା ବେଳେ ୨୦୦୪ରେ ଚତୁର୍ଦ୍ଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ପଦରେ ଥାଇ ମୋହନ ଜେନା ବିଭିନ୍ନ କମିଟିରେ ସଦସ୍ୟ ଥିଲେ। ମୋହନ ଜେନା ୨୦୦୯ରେ ପୁଣି ଥରେ ପଂଚଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର