କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ହେଲେ ମୋହନ ପରିଡ଼ା

କେନ୍ଦୁଝର: ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ମୋହନ ପରିଡାଙ୍କୁ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତି ମିଳିଛି। ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ୧୦ଟି ଜିଲ୍ଲାର ସଭାପତି ଘୋଷଣା କରିଛନ୍ତି । ପୂର୍ବରୁ ଥିବା ଜ଼ିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ରଙ୍କ ସ୍ଥାନରେ ମୋହନ ପରିଡାଙ୍କୁ ନୂତନ ଜ଼ିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ମିଳିଛି ।

ଶ୍ରୀ ପରିଡା ମଧ୍ୟ ପୂର୍ବରୁ ଜ଼ିଲ୍ଲା କଂଗ୍ରେସ ସଭାପତି ଥିଲେ। ଶ୍ରୀ ପରିଡା ମଧ୍ୟ ନୂତନ ନିଯୁକ୍ତି ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର