ରାୟଗଡା: ରାୟଗଡ଼ା ଜିଲ୍ଲାରେ ପୁଣି ସ୍ଥିତି ଜାହିର କରିଛି ମାଓ ସଂଗଠନ। ମୁଡିଗୁଡା ବ୍ଲକ୍ ଶିବପଦର ପଞ୍ଚାୟତ ବିଜାବଣ୍ଡଳୀ ଗାଁରେ ରବିବାର ମାଓବାଦୀ ପୋଷ୍ଟର ମାରି ଥିବା ଜଣାପଡ଼ିଛି। କାଶ୍ମୀର ପ୍ରସଙ୍ଗକୁ ନେଇ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍ ପ୍ରତିକ୍ରିୟା ରଖିଛନ୍ତି। ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦକୁ ବିରୋଧ ସହ କାଶ୍ମୀରବାସୀଙ୍କ ସ୍ୱାଧୀନତା ଲଢେଇରେ ସାମିଲ ହେବାକୁ ମାଓ ସଂଗଠନ ଆହ୍ଵାନ ଦେଇଛି ।
ସେହିପରି ଗତ ୭ ତାରିଖରେ ମାଓ ନେତ୍ରୀ ରିଙ୍କି ପୁଲିସ ନିକଟରେ ମାଓବାଦୀଙ୍କ ନିର୍ଯାତନା ଦେଉଥିବା କହି ତାଙ୍କ ଏକ କନ୍ୟା ସନ୍ତାନକୁ ନେଇ ଆତ୍ମ ସମର୍ପଣ କରିଥିଲେ। ଏହି ଆତ୍ମ ସମର୍ପଣ ଘଟଣାକୁ ମାଓ ସଂଗଠନ ଏକ ନାଟକ ବୋଲି କହିଛି। ପୁଲିସ ରିଙ୍କିଙ୍କୁ ଅକ୍ଟୋବର ୨୩ ତାରିଖରେ ଖମାରି ଗାଁରୁ ଉଠାଇ ନେଇଥିଲା। ରାୟଗଡ଼ା ପୁଲିସର ଏପରି କାର୍ଯ୍ୟକୁ ମାଓ ସଂଗଠନ ନିନ୍ଦା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଅମ୍ବାଦଳା ପୁଲିସ ମାଓ ପୋଷ୍ଟରକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/BlueStacks_ScreenShot-8.jpg)