ସ୍ୱାଧୀନତାର ୭୧ବର୍ଷ ପରେ ପାପଲୁର ସେବାଶ୍ରମ ବିଦ୍ୟାଳୟରେ ହେଲା ଜାତୀୟ ପତକା ଉତ୍ତୋଳନ, ଅନ୍ୟପଟେ ନକ୍ସଲ ପାଳିଲେ କଳା ଦିବସ

ମାଲକାନଗିରି: ମାଲକାନଗିରିର ନକ୍ସଲ ପ୍ରବଣ ଅଞ୍ଚଳ ଚିତ୍ରକୋଣ୍ଡା ପାପଲୁରଠାରେ ପୁଲିସ ପ୍ରଶାସନ ତରଫରୁ ପ୍ରଥମ ଥର ପାଇଁ ପାପଲୁର ସେବାଶ୍ରମ ବିଦ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା। ସ୍ୱାଧୀନତା ପରଠାରୁ ଏହି ବିଦ୍ୟାଳୟରେ ପତକା ଉତ୍ତୋଳନ କରିବା ସମ୍ଭବ ହେଉଥିଲା। ତେବେ ଗତକାଲି ଏସ୍‌ପି ଜଗମୋହନ ମିନାଙ୍କ ନେତୃତ୍ୱରେ ପାପଲୁର ସେବାଶ୍ରମରେ ପତକା ଉତ୍ତୋଳନ କରାଯାଇ ପିଲାମାନଙ୍କୁ ମିଠା ଓ ଚକୋଲୋଟ ବଣ୍ଟା ଯାଇଥିଲା।

ଅନ୍ୟପକ୍ଷରେ ପାପୁଲରଠାରୁ ୨୦୦ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟରେ ନକ୍ସଲ କଳା ପତକା ପ୍ରଦର୍ଶନ କରି ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଚିତ୍ରକୋଣ୍ଡାର କୋଣ୍ଡା ରେଡି ସଂପ୍ରାଦାୟର ଲୋକମାନଙ୍କ ପରି ଅନେକ ସଂପ୍ରଦାୟର ଲୋକଙ୍କୁ ସରକାର ଏଯାବତ ଆଦିବାସୀ ମାନ୍ୟତା ଦେଇ ନଥିବା ସହ ମୌଳିକ ସୁବିଧାଠାରୁ ବି ବଞ୍ଚିତ ରଖିଛନ୍ତି। ଏହାକୁ ବିରୋଧ କରି ଅଗଷ୍ଟ୧୫ ମିଥ୍ୟା ସ୍ୱାଧୀନତା ଦିବସକୁ କଳାଦିବସ ପାଳନ କରିବା ପାଇଁ ନକ୍ସଲମାନ କହିଛନ୍ତି।

ସମ୍ବନ୍ଧିତ ଖବର