ବିଜାପୁର: ଛତିଶଗଡ଼ର ବିଜାପୁରସ୍ଥିତ ଗଙ୍ଗାଲୁର ଥାନା ଅଞ୍ଚଳସ୍ଥ ଏଠୁପାଲ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ସୋମବାର ଗୁଳିବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଛତିଶଗଡ଼ର ଡିଅାରଜି ଯବାନ କମ୍ବିଂ ଚଳାଇଥିବା ବେଳେ ଗୁଳିବିନିମୟରେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଓବାଦୀର ମୃତଦେହ ନିକଟରୁ ଗୋଟିଏ ରାଇଫଲ ଓ ବିପୁଳ ପରିମାଣର ଦୈନଦିନ ବ୍ୟବହାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ଡିଆରଜି ଯବାନଙ୍କୁ ଏକ ଏକ ବଡ଼ ସଫଳତା ବୋଲି ଏସ୍ପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।
ପୁଲିସ ସହ ଗୁଳି ବିନିମୟରେ ମାଓବାଦୀ ନିହତ
/sambad/media/post_attachments/wp-content/uploads/2018/07/12.jpg)