ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଫଳଶାପଦର ଗାଁ ରାସ୍ତାରେ ଅସିତ ହୋତା ନାମକ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ମାଡ଼ମାରି ଟଙ୍କା ଲୁଟ୍ କରିଛନ୍ତି। ଏନେଇ ସେ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସର ସୂଚନା ଅନୁସାରେ, ବଲାଙ୍ଗୀରର ଅସିତ ହୋତା ତାଙ୍କ ଭ୍ୟାନ୍ରେ ଗାଁ ଗାଁ ବୁଲି ଧୂପକାଠି ଓ ଚକୋଲେଟ ବ୍ୟବସାୟ କରିଥାନ୍ତି। ଶୁକ୍ରବାର ସେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପଟୁ ସନ୍ଧ୍ୟା ପ୍ରାୟ ୭ଟାରେ ଫେରୁଥିଲେ। ଏହି ସମୟରେ ଫଳଶାପଦର ଗାଁ ନିକଟରେ ୨ଜଣ ଦୁର୍ବୃତ୍ତ ଏକ ଟ୍ରାକ୍ଟରକୁ ରାସ୍ତା ମଝିରେ ରଖି ଅସିତଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତ ଦ୍ବୟ ତାଙ୍କୁ ମାଡ଼ ମାରିବା ସହ ସେ ଧରିଥିବା ପ୍ରାୟ ୭୦ ହଜାର ଟଙ୍କା ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ତୁଷୁରା ଥାନାଧିକାରୀ ସଂଜୀବ ପଧାନ ପ୍ରକାଶ କରିଛନ୍ତି।
ବ୍ୟବସାୟୀଙ୍କୁ ମାଡ଼ମାରି ଟଙ୍କା ଲୁଟ୍
/sambad/media/post_attachments/wp-content/uploads/2023/02/loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)