ଅର୍ଥ ଅଭାବରୁ ସମାରୁଙ୍କ ଚିକିତ୍ସା ହୋଇପାରୁନି, ପଙ୍ଗୁ ମୁଣ୍ଡକୁ ଛାଡ଼ିଦେଲେ କାମ କରୁନି ଅନ୍ୟ ଅଙ୍ଗ

ଦରକାର କରୁଛନ୍ତି ସରକାରୀ ସହାୟତା

ଗୋବିନ୍ଦପଲ୍ଲୀ: ସମୟ ସହ ତାଳ ଦେଇ ଜୀବନ ଜୀବିକା ସହ ମଣିଷ ଆଗକୁ ବଢୁଥିବା ବେଳେ କେଉଁଠାରେ ମଣିଷ ଅଟକିଜାଏ ତାହା କାହାରିକୁ ଜଣା ନ ଥାଏ। ସେହିଭଳି  ଯୁବ ଅବସ୍ଥାରେ ପରିବାର ଓ ଗର୍ଭବତୀ ସ୍ତ୍ରୀର ବୋଝ ପାଲଟିଛି ୨୬ ବର୍ଷୀୟ ଯୁବକ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀ ନିକଟସ୍ଥ କାନ୍ଦୁଗୁଡା ଗ୍ରାମରେ । କିଛି ଚିତ୍ର ସାମ୍ନା କୁ ଆସିଲେ କିମ୍ବା ଲୋକୋଲୋଚନକୁ ଆସିଲେ ତାହା ଚର୍ଚ୍ଚାକୁ  ଆସିଥାଏ । କିନ୍ତୁ କିଛି ବାସ୍ତବତା ଭିତରେ ସତେ ଯେମିତି ଅଲୋଡା ହୋଇଥାଏ କିଛି ଅଦୃଶ୍ୟମାନ ଚିତ୍ର। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପଲ୍ଲୀ ନିକଟସ୍ଥ କାନ୍ଦୁଗୁଡା ଗ୍ରାମରେ ସମାରୁ ଅନମାଲିଆ (୨୬) ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ନିଜ ମା, ସ୍ତ୍ରୀ ଓ ଭାଇକୁ ଧରି ଛୋଟିଆ ପରିବାର। ହେଲେ ପରିବାର ରେ ହଟାତ ଏମିତି ଶୋକୋର ଛାୟାର ଖେଳି ଯାଇଛି ତାହା କେବେବି କିଏ ବିଶ୍ବାସ ନକରିପାରେ।
ସମାରୁ ଦିନେ ନିଜ ଘର ପଛ ତେନ୍ତୁଳି ଗଛକୁ ଚଢିଥିବାବେଳେ ହଠାତ ପଡି ଯାଇଥିଲେ। ସମାରୁ ଆଉ ପରିବାରରେ ସତେ  ଜେମିତି ଶନି ଘେରିଗଲା । ସମାରୁଙ୍କୁ ନିକଟସ୍ଥ ମେଡିକାଲ ମାଥିଲି ପରେ କୋରାପୁଟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ପରେ କଟକ ବଡ ମେଡିକାଲ ଗଲେ ପରିବାର। ହେଲେ ସେଠାରେ ଡାକ୍ତର ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ପଡିବ କହିବାରୁ ଘରକୁ ଫେରି ଆସିଲେ ସମାରୁଙ୍କ ପରିବାର। ଏବେ ଶରୀର ଏକ ପ୍ରକାରର ପଙ୍ଗୁ ମୁଣ୍ଡକୁ ଛାଡିଦେଲେ ଅନ୍ୟ କୌଣସି ଅଙ୍ଗ କାର୍ଯ୍ୟ କରୁ ନାହି । ଦିନେ ଯେଉଁ ଖଟକୁ ନିଜେ ତିଆରି କରିଥିଲା ସମାରୁ ଆଜି ସେଇ ଖଟରେ ଶଯ୍ୟାଶାୟୀ।
ଜମି ଗାଈ ଛେଳି ବିକି ଯେତିକି କରିବା କଥା ସମାରୁର ପରିବାର କରି ସାରିଲେ। ହେଲେ ଏବେ ଆଉ ପରିବାର ଲୋକୋଙ୍କ ପାଖରେ ସେତିକି ସାମର୍ଥ୍ୟ ନାହିଁ ଯେ ସେମାନେ ଚିକିତ୍ସା କରେଇପାରିବେ । ଏବେ ପରିବାର କେବେଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। କିଛି ସରକାରୀ ସହାୟତା ପାଇଲେ ନିଜ ପରିବାର ଲୋକୋଙ୍କ ସହ ଖୁସିରେ ଜୀବନଜାପାନ କରିବା ସମାରୁ ଆଉ ନିଜ ପରିବାର ଲୋକୋଙ୍କ ପାଇଁ ମଧ୍ୟ ପୁଣି ହୋଇପାରିବେ।
ସମ୍ବନ୍ଧିତ ଖବର