ଭଲ ଖବର: ରାସ୍ତାରୁ ପାଇଥିବା ଟଙ୍କା ହଜାଇଥିବା ଲୋକଙ୍କୁ ପ୍ରଦାନ କଲେ ଯୁବକ

ଜହ୍ନାପଙ୍କ: ଆଜିର ମଣିଷ ନିଜ ସ୍ୱାର୍ଥକୁ ଭୁଲି ସମାଜରେ ଯାହା ତାକୁ ଦେଖା ଯାଉଛି ସବୁ କିପରି ନିଜର କରିବ ତାହା ତାର ମନରେ ସବୁବେଳେ ଘାଣ୍ଟି ହେଉଛି। ମିଛ ସତ କହି ଟଙ୍କା ଉପାର୍ଜନ କରିବାରେ ଆଜିର ସମାଜର ମଣିଷ ରାତି ଦିନ ଲାଗି ପଡିଛି। କିନ୍ତୁ ସମାଜରେ ଏମିତି ବି ଲେକ ଅଛନ୍ତି ଯାହା ନିଜେ ଉପାର୍ଜନ ନକରି ସେପରି ଜିନିଷ ଛୁଇଁବାକୁ ଚାହାଁନ୍ତି ନାହିଁ। ପର ଅର୍ଥକୁ ନିଜର କରି ନିଅନ୍ତି ନାହିଁ। ସେପରି ମଣିଷ ପଣିଆ ଥିବା ଏକ ମଣିଷ ହେଉଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଗ୍ରାମର ପ୍ରକାଶ ବାରିକ।

ପ୍ରକାଶ ଜଣେ ସମାଜସେବୀ ତଥା ପରଉପକାରୀ ବ୍ୟକ୍ତି। ଏହା ସହିତ ସେ ବିଭିନ୍ନ ସଂଗଠନରେ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ ମଧ୍ୟ୍ୟ କରନ୍ତି। ଗତ ୨୫ ତାରିଖ ଦିନ ସକାଳେ ପ୍ରକାଶ ବାରିକ ଓ ତାଙ୍କ ସାଙ୍ଗ ବିଭୀଷଣ ପ୍ରଧାନ ମିଶି ଭ୍ରମଣ ପାଇଁ ଯାଉଥିବା ବେଳେ ଜହ୍ନାପଙ୍କ-କମିରା ରାସ୍ତାର ଜହ୍ନାପଙ୍କ ମଦଭାଟି କେନାଲ ନିକଟରୁ ୩୦୦୦ ଟଙ୍କା ପାଇଥିଲେ। କୌଣସି ବ୍ୟକ୍ତିର ଏହି ଟଙ୍କା ହୋଇଥିବ ଭାବି ସେ ନିଜ ଫେସବୁକ ପେଜ୍‌ରେ ଏହି ଟଙ୍କା ପାଇଥିବା ଖବର ପୋଷ୍ଟ କରିଥିଲେ। ଉଚିତ ପ୍ରମାଣ ପାଇଲେ ତାଙ୍କୁ ଏହି ଟଙ୍କା ଦେଇଦେବେ ବୋଲି ଏଥିରେ ଉଲ୍ଲେଖ କରିଥିଲେ।

ଫେସବୁକରୁ ଏହି ଖବର ଜାଣି ନିକଟସ୍ଥ ଗ୍ରାମ ପଦ୍ମନପୁର ଗ୍ରାମର ବାଦଲ ମହାନନ୍ଦିଆ ୩୦୦୦ ଟଙ୍କା ହଜାଇଥିବା ପ୍ରକୃତ ବ୍ୟକ୍ତି ବୋଲି ସେ ଓ ତାଙ୍କ ସାଙ୍ଗମାନେ ପ୍ରକାଶ ବାରିକଙ୍କୁ ସୂଚନା ଦେଇଥିଲେ। ପ୍ରକାଶ ଓ ବିଭୀଷଣ ପାଖକୁ ଆସି ବାଦଲ ନିଜର ଉପଯୁକ୍ତ ପ୍ରମାଣ ଦେଇ ୩୦୦୦ ଟଙ୍କା ନେଇଥିବା ପ୍ରକାଶ ସୂଚନା ଦେଇଛନ୍ତି। ଦୀର୍ଘ ଚାରି ଦିନ ଧରି ହଜି ଯାଇଥିବା ଟଙ୍କା ପାଇଁ ବାଦଲ ବହୁତ ଖୁସି । ଏଥି ନିମନ୍ତେ ବାଦଲ ଉଭୟ ପ୍ରକାଶ ଓ ବିଭୀଷଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜିର ସମାଜରେ ଉଭୟ ପ୍ରକାଶ ଓ ବିଭୀଷଣ ସଚ୍ଚୋଟ ମଣିଷ ପଣିଆ ଦେଖାଇ ଟଙ୍କା ଫେରାଇ ଥିବାରୁ ଜହ୍ନାପଙ୍କ ଅଂଚଳରେ ଉଭୟେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

ସମ୍ବନ୍ଧିତ ଖବର