ଭଦ୍ରକ: ଆମର ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭ ଉଦଘାଟନ ମଙ୍ଗଳବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ମଧ୍ୟମରେ କରିଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପ୍ରଚେଷ୍ଟାରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ୩୬ ଗ୍ରାମ ପଞ୍ଚାୟତର ୫୯୮ ଟି ପ୍ରକଳ୍ପ ୧୮ କୋଟି ଟଙ୍କା ଅନୁଦାନରେ ନିର୍ମାଣ ବୋଲି ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପଲକ୍ଷେ ଭଦ୍ରକ ନୂଆବଜାର ଗାନ୍ଧୀ ପଡ଼ିଆ ଠାରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଭଦ୍ରକ ବ୍ଲକ ଅଧ୍ୟକ୍ଷା, ବ୍ଲକ ପ୍ରଶାସନ ଓ ୩୬ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଭିଡିଓ କନ୍ଫରେନ୍ସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ଥିଲେ।
Sambadଆଜି ମଙ୍ଗବଳାର ଭଦ୍ରକର ଐତିହାସିକ ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ବେଳେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବ୍ଲକ ଉନ୍ନୟନ ଅଧିକାରୀ ସୀତାକାନ୍ତ ବେହେରା, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲଙ୍କ ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦ ଓ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚନ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଭଫ୍ରାକ ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମ ଓଡିଆ ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ମିଳିଥିବା ଅନୁଦାନ ରାଶି ଲାଗି ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ତରଫରୁ କୃତଜ୍ଞତା ଅର୍ପଣ କରିବା ସହ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମଧ୍ୟ କୃତଜ୍ଞତା ଅର୍ପଣ କରିଥିଲେ। ଅନ୍ୟପକ୍ଷରେ ଏହି ଅନୁଦାନରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ କୋଣ ଅନୁକୋଣରେ ଉନ୍ନତି ପ୍ରଗତିର ପ୍ରତିଛବିକୁ ସଫଳ ରୂପାୟନ କରିବା ପାଇଁ ଆମେ ସଙ୍କଳ୍ପ ବଦ୍ଧ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/IMG-20231010-WA0025.jpg)