ନିରାକାରପୁର: ନିରାକାରପୁର କଅଁପୁର ପଞ୍ଚାୟତ ଚମ୍ପାଝର ମଠ ସାହିରେ ହନୁମାଙ୍କଡ଼ କାମୁଡ଼ାରେ ଜଣେ ବୃଦ୍ଧ ଗୁୁରୁତର ହୋଇଛନ୍ତି। ବୃଦ୍ଧଙ୍କ ନାମ ଭରତ ପାତ୍ର ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୧୫ଦିନ ପାଖାପାଖି ହେବ ମଠ ସାହିରେ ହନୁମାଙ୍କଡ଼ ଉତ୍ପାତ୍ କରି ଆସୁଛନ୍ତି। ଗ୍ରାମବାସୀ ସେମାନଙ୍କୁ ଯେତେ ଘଉଡାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେମାନେ ଗାଁ ଛାଡ଼ି ଯାଉଛନ୍ତି। ଗଛରେ ପତ୍ର ଖଣ୍ଡେ ରଖିବା ତ ଦୂରର କଥା ଗାଁ ଲୋକଙ୍କୁ ଦେଖିଲେ କାମୁଡିବା ପାଇଁ ଦୌଡ଼ାଉଛନ୍ତି। ତେଣୁ ଭୟରେ ଗ୍ରାମବସୀ ହାତରେ ବାଡି ନେଇ ଚଲାବୁଲା କରୁଛନ୍ତି। ଆଜି ସକାଳେ ଘର ଦାଣ୍ଡରେ ଭରତ ପାତ୍ର ନାମକ ଜଣେ ବୃଦ୍ଧ ବସିଥିବା ବେଳେ ହଠାତ୍ ଏକ ହନୁମାଙ୍କଡ଼ ଆସି ତାଙ୍କ ପିଠିକୁ କାମୁଡି ପକାଇଥିଲା। ଏହାଦେଖି ଅନ୍ୟ ଲୋକମାନେ ପାଟି କରିବାରୁ ମାଙ୍କଡ଼ଟି ସେଠାରୁ ଦୌଡ଼ି ପଳାଇଥିଲା। ସେହିପରି ଗ୍ରାମରେ ଜନୈକ ବ୍ୟକ୍ତି ଛାତ ଉପରେ ଛିଡା ହୋଇଥିଲା ବେଳେ ତାକୁ ମାଙ୍କଡ଼ ଧକ୍କାଟିଏ ଦେଇଥିଲେ। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।