ଖୋର୍ଦ୍ଧା ସମ୍ବାଦ ସାହିତ୍ୟ ଘରର ମାସିକ ବୈଠକ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘରର ମାସିକ ବୈଠକ ଖୋର୍ଦ୍ଧା ଜିଲ୍ଲା ସମ୍ବାଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଅପରାହ୍ଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏକ ଓଡ଼ିଆ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା । କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ ବାର୍ଷିକ ଅଧିବେଶନ ପ୍ରସ୍ତୁତି ଓ ସଭ୍ୟ ଚାନ୍ଦା ସଂଗ୍ରହ ନେଇ ସୂଚନା ଦେଇଥିଲେ । ସାହିତ୍ୟଘରର ବାର୍ଷିକ ଉତ୍ସବ ସମ୍ପର୍କିତ ଆଲୋଚନାରେ ବରିଷ୍ଠ ଆଇନଜୀବୀ ଶିବସୁନ୍ଦର ପଟ୍ଟନାୟକ, ଶିକ୍ଷାବିଦ୍ ଜବହରଲାଲ ସୁବୁଦ୍ଧି, ବୈକୁଣ୍ଠନାଥ ରାଜଗୁରୁ, ଡ. ବୃନ୍ଦାବନ ପଣ୍ଡା ଅଂଶଗ୍ରହଣ କରି ନିଜର ମତାମତ ଦେଇଥିଲେ । ୨୦୨୧ରେ ପ୍ରତ୍ୟେକ କବି ଓ ଲେଖକ ନିଜ ଲେଖାକୁ ଏକତ୍ରିତ କରି ପୁସ୍ତକ ପ୍ରକାଶନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ କବିତାପାଠ କରାଯାଇଥିଲା । ଏଥିରେ କବି ବିକ୍ରମ କେଶରୀ ଚମ୍ପତ୍ତି, ଜ୍ୟୋତିପ୍ରଭା ପଟ୍ଟନାୟକ, ନଳିନୀ ଦାସ, ଜ୍ୟୋତ୍ସ୍ନାରାଣୀ ମହାରାଣା, ଦିବ୍ୟଲୋଚନ ଭାରିମଲ୍ଲ, ଜ୍ୟୋତିରଂଜନ ସାହୁ, ରାଜକିଶୋର କେଇ, ନାରାୟଣ ଦାସ, ଡ ନୀଳାଦ୍ରି ନାଥ ଜଗଦ୍ଦେବ, କୈଳାସ ଚନ୍ଦ୍ର ପୃଷ୍ଟି, ରାଜକିଶୋର ବଳିଆରସିଂହ, ବିଳାସିନୀ ଦାଶ, ପ୍ରଫୁଲ୍ଲ କୁମାର ଦାସ, ପ୍ରେମଶୀଳା ରାଉତରାୟ, କବିତା ପଟ୍ଟନାୟକ, ନିରୂପମା ମହାପାତ୍ର, ରାମଚନ୍ଦ୍ର ରଥ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସମ୍ବାଦ ଜିଲ୍ଲା ସାମ୍ବାଦିକ ଲମ୍ବୋଦର ପ୍ରସାଦ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର