ଆସୁଛି ମୌସୁମୀ: ବୁଣା ଓ ତଳିପକା ପାଇଁ ଚାଷୀ ଖୋଜିଲାଣି ବିହନ, ମିଳୁନି ସରକାରୀ ବିହନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୁୁରୁବାର ସଂଧ୍ୟାଠାରୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଆସିବା ଦେଖି ଏବେ ଚାଷୀ ତତ୍ପରତା ପ୍ରକାଶ କରିଛି। ୨୦୨୨ -୨୩ ଖରିଫ୍ ଚାଷ ପାଇଁ ନିଜ କ୍ଷେତରେ ଧାନ ବୁଣିବ। ତଳି ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଚାଷୀ ପାଖରେ ତାର ପାରଂପରି ଧାନ ବିହନ ଯାହା ରହିଛି। ସେଥିରେ ‌କିଛି କିଛି ଚାଷୀ ଧାନ ବୁଣା ବୁଣି କରିଛନ୍ତି। ଅନ୍ୟ କିଛି ଚାଷୀ ସରକାରୀ ବିହନ ଉପରେ ନିର୍ଭର କରିଛନ୍ତି। କେବଳ ଧାନ ବୁଣିବା ପାଇଁ ସରକାରୀ ବିହନକୁ ଅପେକ୍ଷା କରି ନାହାନ୍ତି। ତାହା ନୁହେଁ। ମୌସୁମୀ ବର୍ଷର ଯଦି ଏଭଳି ଲାଗି ରୁହେ। ତେବେ ଧାନ ତଳି ପକାଇବା ପାଇଁ ମଧ୍ୟ ଚାଷୀ ସରକାରୀ ବିହନ ଉପରେ ନିର୍ଭର କରୁଛନ୍ତି। ଚଳିତ ଖରିଫ୍ ଚାଷ ପାଇଁ ଭଦ୍ରକ ଜିଲ୍ଲା ମୋଟ ୧ ଲକ୍ଷ ୬୧ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବ। ଏଥରୁ ପ୍ରାୟ ୮ହଜାର ହେକ୍ଟର ଚାଷ ଜମିରେ ଚାଷୀ ଧାନ ବିହନ ବୁଣୁ ଥିବା ବେଳେ ଅବଶିଷ୍ଟ ୭୬ ହଜାର ହେକ୍ଟର ଚାଷ ଜମିରେ ଧାନ ବିହନ ତଳି ପକାଇବା ପରେ ତଳି ଧାନ ଉଠିବା ପରେ ଏଇ କ୍ଷେତରେ ଚାଷୀ ବିହନ ‌ରୁଆ ପୋତା କରିଥାଏ। ଏବେ ମୌସୁମୀ ବର୍ଷା ଆସୁଥିବାରୁ ଲୋକେ ତଳି ପକାଇବା ପାଇଁ ବିହନ ଖୋଜିବା ଆରମ୍ଭ କରିଛନ୍ତି।

ସରକାରୀ ବିହନ ଯେତିକି ଆବଶ୍ୟକ ସେହି ପରିମାଣରେ ଚାଷୀଙ୍କୁ ବିହନ ମିଳି ପାରୁ ନାହିଁ। ଜିଲ୍ଲାରେ ୭୪ ହଜାର ଚାଷୀ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୩୫ ହଜାର ଚାଷୀ ସରକାରୀ ବିହନ ଉପରେ ନିର୍ଭର କରି ନିଜର ଚାଷ କାର୍ଯ୍ୟ କରିଥାନ୍ତି। ଅନ୍ୟ ଚାଷୀମାନେ ନିଜର ପାରଂପରିକ ବିହନ କୁ ନେଇ ଚାଷ କାର୍ଯ୍ୟ କରିଥାନ୍ତି। ଚଳିତ ବର୍ଷ ଜିଲ୍ଲାରେ ୧୦୮ ଟି ସମବାୟ ସମିତି ସରକାରୀ ଧାନ ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ କୃଷି ବିଭାଗର ନିର୍ଦ୍ଦେଶ ରହିଥିଲା। ମାତ୍ର ଚଳିତ ବର୍ଷ ସମବାୟ ସମିତିର ସଂପାଦକ ମାନେ ନିର୍ବାଚନ ପାଇଁ ବ୍ୟସ୍ତ ରହୁଥିବା ବେଳେ ଚାଷୀଙ୍କୁ କୃଷି ଋଣ ଓ ବିହନ ଯୋଗାଇବା ଉପରେ ଅଣଦେଖା କରିଛନ୍ତି। ବିଶେଷ କରି କୃଷି ଋଣ ଫର୍ମ ଏବେ ସୁଦ୍ଧା ଚାଷୀଙ୍କ ଠାରୁ ସମବାୟ ସମିତି ସଂପାଦକମାନେ ରଖି ନଥିବା ବେଳେ ଏବେ ବିହନ ଯୋଗାଣ କରିବା ଦିଗରେ ମଧ୍ୟ କୌଣସି ପଦକ୍ଷେପ ନେଇ ନାହାନ୍ତି।

ଜିଲ୍ଲାରେ ମାତ୍ର ୨୮ ଟି ସେବା ସମବାୟ ସମିତି ଧାନ ବିହନ ସଂଗ୍ରହ କରି ଗଚ୍ଛିତ ରଖିଥିବା‌ ବେଳେ ଅନ୍ୟ ସବୁ ସମିତି ଏଇ ବିହନ ଉଠାଇ ନଥିବା ଜଣାପଡିଛି। ଖୁବ୍ ଶୀଘ୍ର ବିହନ ଉଠାଇ ଚାଷୀଙ୍କୁ ଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଥିବା ବେଳେ ଚାଷୀ କିନ୍ତୁ ବିହନ ପାଇଁ ସେବା ସମବାୟ ସମିତିକୁ ଯାଇ ଫେରୁଥିବା ଜିଲ୍ଲାର ଅନେକ ଚାଷୀ ଅଭିଯୋଗ ଉଠାଇଛନ୍ତି। ଜିଲ୍ଲାରେ ଆହୁରି ୮୦ ଟି ସେବା ସମବାୟ ସମିତି ଏହି ଦାନ ବିହନ ଚାଷୀଙ୍କୁ ଯୋଗାଇବା ଉପରେ କାନ ମୁଣ୍ଡ ହଲାଉ ନଥିବା ବେଳେ ବେସରକାରୀ ଏଜେଣ୍ଟଙ୍କ ଜରିଆରେ ସାର ଓ ବିହନ ବିକ୍ରୀ କରିବାକୁ ଯୋଜନା କରାଯାଇଥିବାବେଳେ ଏଠାରୁ ଚାଷୀ ବିହନ ଓ ସାର କିଣି ଶୋଷଣର ଶୀକାର ହେବ ବୋଲି ଅଭିଯୋଗ ଉଠାଇଛି। ପ୍ରତି ୨୦ କିଜେ ବିହନ ପ୍ୟାକେଟର ମୂଲ୍ୟ ୫୨୦ ଟଙ୍କା ରହିଥିବା ବେଳେ ଏଥିରେ ପ୍ରତି ପ୍ୟାକେଟ ଉପରେ ଚାଷୀଙ୍କୁ ୨୦୦ ଟଙ୍କା ସବସିଟ ମିଳିବାକୁ ନିର୍ଦ୍ଦେଶ ରହିଛି। ସେବା ସମବାୟ ସମିତି ମାଧ୍ୟମରେ ଏଇ ବିହନ କିଣିଲେ ଚାଷୀଙ୍କୁ ଏଇ ସବସିଟ ମିଳିବା କଥା। ମାତ୍ର କିଚି ଚାଷୀ ବେସରକାରୀ ଏଜେଣ୍ଟଙ୍କଠାରୁ ଧାନ ବିହନ କିଣୁଥିବାବେଳେ ସେମାନଙ୍କ ଖାତାକୁ ସିଧା ସବସିଟ୍ ଟଙ୍କା ପଳାଇ ଯିବାର ଆଶଙ୍କା ମଧ୍ର ଚାଷୀ କରୁଛନ୍ତି।

ଏବେ ଓଡ଼ଶାରେ ମୌସୁମୀ ସକ୍ରିୟ ହେବାକୁ ଯାଉଥିବା ବେଳେ ଚାଷୀଙ୍କୁ ଚଳିତ ଖରିଫ ଚାଷ ସୁରୁଖୁରୁରେ କରିବା ପାଇଁ ଉପଯୁକ୍ତ ମୂଲ୍ୟରେ ବିହନ ଯୋଗାଣ କରିବା ସହ ସଠିକ୍ ସମୟରେ ସେବା ସମବାୟ ସମିତି ଜରିଆରେ ତୁରନ୍ତ ବିହନ ଯୋଗାଣ କରିବା ପାଇଁ ଜିଲ୍ଲାର ନବ ନିର୍ମାଣ କୃଷକ ସଂଗଠନର ଜିଳ୍ଲା ସଂଯୋଜକ ତ୍ରିଳୋଚନ ପଣ୍ଡା ଦାବି କରିଥିବା ବେଳେ ଚାନଷୀଙ୍କୁ ମଧ୍ୟ ଖରିଫ ଧାନ ଚାଷ ଆରମ୍ଭ କରିବା ପୂର୍ବରୁ ସମବାୟ ଋଣ ତୂରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏ ଦିଗରେ କୃଷି ବିଭାଗ, ଏଆରସିଏସ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସଂଗଠନର କର୍ମକର୍ତ୍ତା ଓ ଜିଲ୍ଲାର ଶହ ଶହ ଚାଷୀ ଦାବି ଉଠାଇଛନ୍ତି। ଚାଷୀଙ୍କୁ ଖରିଫ୍ ଚାଷ ବେଳେ ଅସୁବିଧା କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର