କଟକ ଜିଲ୍ଲାରେ ଆଜି ପୁଣି ୨୫ ଜଣ ପଜିଟିଭ୍‌ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୩୩୬

କଟକ: କଟକ ଜିଲ୍ଲାରେ ଆଜି ପୁଣି ୨୫ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସାଲେପୁର ବ୍ଲକରୁ ୧୦ ଜଣ, ବାଙ୍କୀରୁ ୨ ଜଣ ଓ ଓଡ୍ରାଫରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ଜିଲ୍ଲାରୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଜିଲ୍ଲାରେ ଏପ୍ରିଲ ମାସରେ ଆଉ କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ନଥିଲେ। କିନ୍ତୁ ମେ’ ମାସରେ ଜିଲ୍ଲାକୁ କରୋନା ପୁଣି ଥରେ ଫେରିଥିଲା। ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ତେବେ ଆଜିର ୨୫ଜଣଙ୍କୁ ମିଶାଇ କଟକ ଜିଲ୍ଲାରୁ ମୋଟ ୩୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୨୮ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୮୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେବଳ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର