କରୋନା ଭତ୍ତା ପାଇବାରୁ ବହୁ ଶ୍ରମିକ ବାଦ ପଡିଛନ୍ତି 

ଭବାନୀପାଟଣା: ଲକଡାଉନ ଯୋଗୁଁ ଶ୍ରମିକ ମାନେ କାମଧନ୍ଦା ନ ପାଇ ବହୁ ଦୁର୍ବିସହରେ ଜୀବନଯାପନ କରୁଛନ୍ତି । କେନ୍ଦ୍ର ସରକାର ପକ୍ଷରୁ ଶ୍ରମିକ ମାନଙ୍କ ନିମନ୍ତେ ୧୫୦୦ ଟଙ୍କା କରୋନା ଭତ୍ତା ପ୍ରଦାନ କରୁଛନ୍ତି । କିନ୍ତୁ କଳାହାଣ୍ଡି ଜିଲ୍ଲାରେ ବହୁ ଶ୍ରମିକ ଏହି ଭତ୍ତା ପାଇବାରୁ ବଞ୍ଚିତ ହେବା ନେଇଁ ଉଦବେଗ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଲକଡାଉନ ଯୋଗୁଁ ଶ୍ରମିକମାନେ କାମ ପାଉନଥିବା ଯୋଗୁଁ ଦୁର୍ଦ୍ଦିନ ରେ ସେମାନଙ୍କ ପରିବାର ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଜିକୃତ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା କରୋନା ଭତ୍ତା ପାଇଛନ୍ତି । କିନ୍ତୁ କଳାହାଣ୍ଡି ଜିଲ୍ଲାରେ ବହୁ ଅଞ୍ଚଳରେ ଶ୍ରମିକମାନେ ଏହି ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ ର ରିଷଗାଁ ର ଧବଳେଶ୍ବର ନାଗ, ପରମା ନାଗ, ପ୍ରଦୀପ ମଙ୍ଗରାଜ, ପିତାମ୍ବର ନାଏକ, ପ୍ରକାଶ ନାଏକ, ପାଣ୍ଡେ ନାଏକ, ଦୁର୍ଗା ମଙ୍ଗରାଜ, ଗଂସିରାମ ମଙ୍ଗରାଜ, ଡ଼ମରୁ ନାଏକ, ସ୍ଵର୍ଣପ୍ରଭା ମଙ୍ଗରାଜ, ହୃଷିକେଶ ବାଗ, ହର ନାଏକ, ରାଗେନ୍ଦ୍ର ବେମାଲ, ଲମ୍ବୁ ବେମାଲ, ଗୋବିନ୍ଦ ବେମାଲ, ବୁଦ୍ଧଦେବ ପୋଢ଼, ପବିତ୍ର ବାଗ, ଚିମୁଖୀ ବାଗ, ଭଗବାନ ବାଗ, ରାଜକୁମାର ବାଗ, ପୂର୍ଣ ନାଏକ, ଗଣେଶ ବାଗ, ଶଙ୍କର ବାଗ, ଶଶୀ ବିଶି, ବୈଶାଖୁ ବିଶି, ଅବନୀ ବେହେରା, ଅର୍ଜୁନ ଛତ୍ରୀଆ, ଜ୍ୟୋତିଷ ବିଶି, ଗଜେନ୍ଦ୍ର ବେମାଲ, ପରୀକ୍ଷିତ ଗହୀର, ରାଜେନ୍ଦ୍ର ନାଏକ, ଗରିବ ଜାଲ, କୃଷ୍ଣ ଶବର, କୁମାରୀ ମାଝୀ, ପୂର୍ଣ୍ଣିମା ଦେଇ, ରାଜକୁମାର ନାଏକ, ଟଂକଧର ଗହୀର ସମେତ ୩୯ ଜଣରୁ ଉର୍ଦ୍ଧ୍ବ ଶ୍ରମିକ କରୋନା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହିଭଳି ଜିଲ୍ଲାରେ ଶହ ଶହ ସଂଖ୍ୟାରେ ଶ୍ରମିକମାନେ କରୋନା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଶ୍ରମିକମାନେ ଶ୍ରମବିଭାଗକୁ ଯୋଗାଯୋଗ କରିଥିଲେ ମଧ୍ୟ ପୁନଃ ପଞ୍ଜୀକୃତ କରିନଥିବା ଯୋଗୁଁ ଭତ୍ତା ମିଳିନଥିବା ସଫେଇ ଦେଇଛନ୍ତି । ଅନ୍ୟପକ୍ଷରେ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ପୁନଃ ପଞ୍ଜିକରଣ ପାଇଁ କୌଣସି ସୂଚନା କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନଥିଲା ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଲକଡାଉନ ଯୋଗୁଁ ଶ୍ରମିକ ମାନେ ପୁନଃ ପଞ୍ଜୀକରଣ ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ପଞ୍ଜୀକୃତ ନହେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ଶ୍ରମିକମାନେ ପୁନଃ ପଞ୍ଜୀକୃତ କରିନଥିବା ଯୋଗୁଁ ଭତ୍ତା ପାଇ ପାରିନଥିବା କହିଥିଲେ ।

ସମ୍ବନ୍ଧିତ ଖବର