ପୁରୀ: ପିପିଲି ଅଞ୍ଚଳରେ ଦନ୍ତା ହାତୀ ମାତିଛି। ଜମାଲପୁର ଗାଁର ଅଜୟ କୁମାର ନାୟକ (୪୫)ଙ୍କୁ ଆକ୍ରମଣ କରି ଜୀବନ ନେଇଛି ଦନ୍ତା ହାତୀ। ଏଥି ସହ ଦନ୍ତାହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଆହୁରି ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ବନଖଣ୍ଡ ଅଧିକାରୀ ସୁଶାନ୍ତ ସିଂହ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳେ ବଣୁଆ ଦନ୍ତାହାତୀ ହାବୁଡ଼ରେ ପଡ଼ି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେମାନେ ହେଲେ ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ୬୫ ବର୍ଷିୟ ମକର ପଲେଇ, ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ୬୦ ବର୍ଷିୟ ଯୁଗଳକିଶୋର ଭଟ୍ଟ ଏବଂ ରାଜତେଇ ଗାଁର ୪୫ ବର୍ଷିୟ ଚୈତନ୍ୟ ସାହୁ।
ସକାଳ ପ୍ରାୟ ଛଅଟା ବେଳେ ମକର ତାଙ୍କ ବିଲରେ ବାଇଗଣ ଓ ମକା କିଆରୀରେ କୋଡ଼ାଖୁଷା କରୁଥିବା ବେଳେ ହାତୀଟି ତାଙ୍କୁ କଚାଡ଼ି ମାରି ପକାଇଥିଲା। ରାଜତେଇ ଗାଁ’ର ଚୈତନ୍ୟ ମଧ୍ୟ ସକାଳୁ ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଥିଲେ। ପରେ ପରେ ସେ ଦନ୍ତାହାତୀ ଅଳ୍ପଦୂରରେ ପ୍ରବାହିତ ଭାର୍ଗବୀ ନଦୀ ପାର ହୋଇ ଆରପାରିରେ ପହଞ୍ଚିଥିଲା। ସେହି ସମୟରେ ସେଠାକୁ ଶୌଚ ହେବାକୁ ଆସିଥିବା ଯୁଗଳକିଶୋରଙ୍କୁ ମଧ୍ୟ ସେ ଦନ୍ତାହାତୀଟି ଆକ୍ରମଣ କରି ମାରି ପକାଇଥିଲା।
/sambad/media/post_attachments/wp-content/uploads/2020/02/Jugal-300x169.jpg) Dead Jugal Kishore
 Dead Jugal Kishoreଏହାଛଡ଼ା ଚନ୍ଦ୍ରାଦେଈପୁରର କାଳିନ୍ଦୀ ବେହେରା, ଗୋପୀନାଥପୁରର ହାଡ଼ିବନ୍ଧୁ ସାହୁ ଓ ଜୀବନ ପୃଷ୍ଟି ସେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଆହତ ହୋଇଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ ଏବେ ସମ୍ପୃକ୍ତ ଦନ୍ତାହାତୀଟି ରାଜତଇ ଗାଁ’ର ଏକ ଜଙ୍ଗଲିଆ ଅଞ୍ଚଳରେ ପଶି ରହିଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ସେ ଦନ୍ତାହାତୀ ଡେଲାଙ୍ଗ ଅଞ୍ଚଳରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ରାତାରାତି ସେ ଡେଲାଙ୍ଗ ଅତିକ୍ରମ କରି ପିପିଲିକୁ ଚାଲି ଆସି ସକାଳୁ ଉତ୍ପାତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/tusker.jpg)
