ଠେକୁଆ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିଲା ଯୁବକ, ଗିରଫ କଲା ବନ ବିଭାଗ

ବାରିପଦା: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ପୁଣି ଜଣେ ଯୁବକକୁ ଧରିଲା ବନଭିବାଗ। ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ଗୁଡିଡିହା ସଂରକ୍ଷିତ ଜଙ୍ଗଲରେ ଜଣେ ଯୁବକ ଜଙ୍ଗଲରେ ନିଆଁ ଲଗାଇ ଶିକାର ପାଇଁ ଫାଶ ବିଛାଉ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଯୁବକ ଜଣଙ୍କ ହେଲେ କରଞ୍ଜିଆ ଥାନା ଖଡିକୁଦର ଗାଁର ସାଲୁ ତିଉ। ତେବେ ବନ ବିଭାଗ ଯୁବକକୁ ଗିରଫ କରି ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଅଧିକା ପଚାରା ଉଚାରା କରୁଛି । ଗିରଫ ଯୁବକ ପାଖରୁ ୨୨ ଟି ୪୧୫ ଫୁଟର ଫାଶ ଜବତ କରିଛି ବନବିଭାଗ । ସେ ଠେକୁଆ ଶିକାର କରିବା ପାଇଁ ଏଇ ଫାଶକୁ ବ୍ୟବହାର କରୁଥିଲା । ଆଜି ଗିରଫ ଯୁବକକୁ କୋର୍ଟ ଚାଲାଣ କରିବ ବନଭିବାଗ ।

ସୂଚନାଯୋଗ୍ୟ ଗତକାଲି ମଧ୍ୟ ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ଜଣେ ଯୁବକଙ୍କୁ ବନ ବିଭାଗ ଗିରଫ କରିଥିଲା। କରଞ୍ଜିଆ ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଯଶୀପୁର ଥାନା ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନିଆଁ ଲାଗଉଥିଲା। ପ୍ରଧାନକୁ ନିଜ ହେପାଜାତକୁ ଆଣି ବନବିଭାଗ ଅଧିକ ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର