ଝରିଗାଁ: ନବରଙ୍ଗପୁରଜିଲ୍ଲା ସୀମାନ୍ତରେ ରହିଛି ଚନ୍ଦାହାଣ୍ଡି ବ୍ଲକ।ଏହି ବ୍ଲକକୁ ଯିବା ପାଇଁ ଗୋଟିଏ ମାତ୍ର ରାସ୍ତା ରହିଥିବା ବେଳେ ଝରିଗାଁ ବ୍ଲକ ଦେଇ ଚନ୍ଦାହାଣ୍ଡି ବ୍ଲକ ଯିବା ପାଇଁ ପଡେ। ସେହିପରି ପୋଡ଼ାଶୀ ରାଜ୍ୟ ଛତିଶଗଡ଼ ଏବଂ କଳାହାଣ୍ଡି ଜିଲ୍ଲା ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ଲୋକମାନେ ନିର୍ଭର କରିଥାନ୍ତି। ତେବେ ଝରିଗାଁ ବ୍ଲକ ଠାରୁ ପ୍ରାୟ ୧୨ କିଲୋମିଟର ଦୂର ଅତିକ୍ରମ କରିବା ପରେ ପଡିଥାଏ ବିପଦପୂର୍ଣ୍ଣ ଝରିଗାଁ-ଚନ୍ଦାହାଣ୍ଡି ଘାଟି।
ଏହି ଘାଟି ପ୍ରାୟ ଦୁଇ କିଲୋମିଟର ରହିଥିବା ବେଳେ ଅଙ୍କାବଙ୍କା ରାସ୍ତା ସହ ଘଞ୍ଚ ଜଙ୍ଗଲ ଦେଇ ଯିବା ପାଇଁ ପଡେ। ତେବେ ଝରିଗାଁ-ଚନ୍ଦାହାଣ୍ଡି ଘାଟି ହଠାତ ଗଡାଣିଆ ସହ ବୈଷୟିକ ତ୍ରୁଟି ଯୋଗୁ ନିର୍ଦ୍ଦିଷ୍ଟ ଶହେ ମିଟର ଦୂର ବ୍ୟବଧାନ ମଧ୍ୟରେ ଅଧିକ ଗାଡି ଦୁର୍ଘଟଣା ହୋଇଥାଏ।
ପ୍ରଶାସନ ପକ୍ଷରୁ ଘାଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲୁହାର ସୂଚନା ଫଳକ କରିଥିଲେ ତେବେ କେତେକ ଲୋକେ ମାନେ ସୂଚନା ଫଳକ କାଟି ନେଇ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି। ସୂଚନା ଫଳକ ନଥିବା ଯୋଗୁ ବାହାର ଜିଲ୍ଲା ତଥା ରାଜ୍ୟରୁ ଆସୁଥିବା ଗାଡିର ଚାଳକମାନେ ଘାଟି ସମ୍ପର୍କରେ ଅଭିଜ୍ଞତା ନଥିବା ଯୋଗୁ ଦୁର୍ଘଟଣା ବଢ଼ିବାରେ ଲାଗିଛି।
ଏହି ଘାଟି ରାସ୍ତା ଦେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଥିଲା।ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ସୁରକ୍ଷା ପାଚେରୀ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସେହିପରି ପ୍ରଶାସନ ପକ୍ଷରୁ ମଧ୍ୟ ପାଚେରୀ ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି।
ସେହିପରି ଘାଟି ଅଞ୍ଚଳରେ ପ୍ରଶାସନ ପକ୍ଷରୁ କୌଣସି ନେଟୱର୍କ ସୁବିଧା କରାଯାଇନାହିଁ। କୌଣସି ଦୁର୍ଘଟଣା ହେଲେ ଗୁରୁତରମାନେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଝରିଗାଁ-ଚନ୍ଦାହାଣ୍ଡି ଘାଟି ଠାରୁ ପ୍ରାୟ ୨ କିଲୋମିଟର ଝରିଗାଁ ରାସ୍ତାରେ କିମ୍ବା ୧୨ କିଲୋମିଟର ଅତିକ୍ରମ ପରେ ଚନ୍ଦାହାଣ୍ଡି ବ୍ଳକର ଦେଓବନ୍ଦ ଗ୍ରାମ ଯିବା ପରେ ନେଟୱାର୍କ ଆସୁଛି। ଫଳରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା ହେବା ପରେ ତୁରନ୍ତ ଆମ୍ବୁଲାନ୍ସ କିମ୍ବା ପରିବାର ଲୋକଙ୍କୁ ସୂଚନା ଦେବାରେ ସମସ୍ୟା ଦେଖାଦେଉଛି।
ବିଶେଷ କରି ଘାଟି ଅଞ୍ଚଳରେ କୌଣସି ନେଟୱାର୍କ ନଥିବା ବେଳେ ଯୋଗାଯୋଗ ସମ୍ଭବ ହେଉ ନଥିବା ଯୋଗୁ ଗୁରୁତର ଆହତମାନେ ତୁରନ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। କୌଣସି ଦୁର୍ଘଟଣା ହେଲେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ନେଟୱାର୍କ ଧରୁଥିବା ଅଞ୍ଚଳକୁ ଆସି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗକୁ ଖବର ଦେଇଥାନ୍ତି। ଫଳରେ ସେମାନେ ଘଟଣା ସ୍ଥଳରେ ପହଞ୍ଚିବା ସହ ଗୁରୁତରମାନଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଉଛି।
ତୁରନ୍ତ ଚିକିତ୍ସା ନପାଇ କିଛି ଲୋକଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣହାନୀ ହେଉଥିବା ଅଭିଯୋଗ ହେଉଛି। ଅଞ୍ଚଳବାସୀ ବହୁବାର ଘାଟି ଅଞ୍ଚଳରେ ନେଟୱାର୍କ ସୁବିଧା ସହ ଗୁରୁତରମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ସେହିପରି ଉଚ୍ଚସ୍ତରୀୟ ବୈଷୟିକ ଟିମ୍ର ସର୍ଭେ ମୁତାବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ତ୍ରୁଟିର ସମାଧାନ କରିବା ପାଇଁ ଦାବି ହେଉଛି। ଗତ ୫ ବର୍ଷ ମଧ୍ୟରେ ଏହି ଘାଟିରେ ଦୁର୍ଘଟଣା ଘଟି ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି।
ବଡ଼ ବଡ଼ ଦୁର୍ଘଟଣା ମଧ୍ୟରେ ୨୦୧୫ ମସିହା ଦଶହରା ସମୟରେ ଡାବୁଗାଁ ବ୍ଲକର ଏକ ଆଦିବାସୀ ନାଟକ ଗାଡ଼ି ଚନ୍ଦାହାଣ୍ଡି ଯାଉଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଘାଟି ତଳକୁ ଖସି ପଡ଼ିଥିଲା।ଯାହାଦ୍ୱାରା ଦୁର୍ଘଟଣା ସ୍ଥଳରେ ହିଁ ୧୧ଜଣଙ୍କ ମତ୍ୟୁ ଘଟିଥିଲା ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଅନୁପ୍ରବେଶକୁ ନେଇ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା
୨୦୧୮ ନଭେମ୍ବର ୧୧ତାରିଖରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଚନ୍ଦାହାଣ୍ଡି ଅରବିନ୍ଦ ପାଠ୍ୟଚକ୍ର ସମ୍ମିଳନୀକୁ ବସ୍ରେ ଛାତ୍ରୀଛାତ୍ରଙ୍କ ସହ ଶିକ୍ଷକ ଓ ସ୍କୁଲର କର୍ମଚାରୀ ଯାଉଥିବା ବେଳେ ଘାଟିରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଉର୍ଦ୍ଧ ଆହତ ହୋଇଥିଲେ।
ସେହିପରି ୨୦୨୪ ମସିହାରେ ଏକ ସ୍କୁଲ ବସ୍ ଦୁର୍ଘଟଣା ଘଟି ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ପ୍ରତି ମାସରେ ଏକାଧିକ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ବେଳେ କିଛି ଦୁର୍ଘଟଣା ଲୋକ ଲୋଚନକୁ ଆସିପାରୁ ନାହିଁ।
ଅଧିକ ପଢ଼ନ୍ତୁ: ସିଆରପିଏଫ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/01/18/LjnpCAzYKtAqV12dmRyW.jpeg)