ପୁରୀ: ବସ ଓଲଟି ୧୫ରୁ ଊର୍ଧ୍ୱ ଯାତ୍ରୀ ଆହତ

ପୁରୀ: ପୁରୀରୁ ନିରାକାରପୁର ଯାଉଥିବା ତାରିଣୀ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୧୫ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ସତ୍ୟବାଦୀ, ଚନ୍ଦନପୁର ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଓଆର୧୪ ଏଫ ୪୯୭୩ ନମ୍ବର ବିଶିଷ୍ଟ ତାରିଣୀ ନାମକ ଘରୋଇି ବସଟି ନିରାକାରପୁର ଯାଉଥିବା ବେଳେ ନୂଆ ଜଗନ୍ନାଥ ସଡ଼କର ସତ୍ୟବାଦୀ ଥାନା ଅନ୍ତର୍ଗତ ଆଲିିସ- ଚୁରାଳି ରାସ୍ତା ମଧ୍ୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର