ପାରାଦୀପରୁ ଚାଲିଚାଲି ବିହାର ଗଲେ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ

ଭଦ୍ରକ: ଆଜି ଦିନ ପ୍ରାୟ ୧୨ ଟା ହେବ। ଟାଇଁ ଟାଇଁ ଖରାରେ ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଦେଇ ଚାଲିଛନ୍ତି ୫୦ରୁ ଉର୍ଦ୍ଧ୍ବ ଶ୍ରମିକ। ସେମାନେ ସବୁ ଯୁବକ ଓ ମଧ୍ୟ ବୟସ୍କ। ମୁଣ୍ଡରେ ମୁଣ୍ଡାଇଥିଲେ କିଛି ଗଣ୍ଠୁଲି। ସେହିପରି ୧୫ରୁ ଉର୍ଦ୍ଧ୍ବ ଶ୍ରମିକ ନୂଆ ସାଇକେଲ କିଣି ପାରାଦୀପରୁ ଭଦ୍ରକ ଦେଇ ବିହାର ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା

ଭଦ୍ରକର ନଳାଙ୍ଗ ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବା ପରେ କିଛି ଲୋକଙ୍କୁ କୁଆଡୁ ଆସିଲ। କୁଆଡେ ଯାଉଛ ପଚାରିଲା ବେଳେ ଏଇ ଶ୍ରମିକମାନଙ୍କର ଉତ୍ତର ଥିଲା, ବାବୁ ପାରାଦ୍ବୀପରେ କାମ କରୁଥିଲୁ। ଠିକାଦାର କାମ ବନ୍ଦ କରିଦେବା ପରେ ଭୋକ ଉପବାସରେ ଆଉ କେତେଦିନ ସେଠାରେ ରହିଥାନ୍ତୁ। ଯାହା ପଇସା ପତ୍ର ଥିଲା ଶେଷ ହୋଇଗଲା।

ଗତକାଲି ରାତିଠାରୁ ଚାଲିଚାଲି ଆଉ ସାଇକେଲରେ ବାହାରିଛୁ ନିଜ ରାଜ୍ୟ ବିହାରକୁ। ପାରାଦୀପରୁ ବିହାର ଏମିତି ଚାଲିଚାଲି କେତେଦିନ ପର୍ଯ୍ୟନ୍ତ ଯିବ ବୋଲି ପଚାରିବାରୁ ସେମାନେ କହିଲେ। ବାବୁ ଯେତେ ଦିନ ଲାଗୁଛି ପଛେ ଲାଗୁ। ନିଜ ଗାଁକୁ ଫେରିବୁ। ବାଟରେ ରହି ରହି ଯିବୁ। ଯେଉଁଠି ରାତି ହୋଇଯିବ ରାସ୍ତା କଡରେ ଶୋଇଯିବୁ କହିଥିଲେ ଏଇ ପଥଚାରି ଶ୍ରମିକମାନେ। ବ୍ୟାଗରେ କିଛି ଚୂଡା ଆଉ ଚିନି ରଖିଛନ୍ତି। ଯେଉଁଠି ଭୋକ ହେବ, ତାକୁ ଖାଇବୁ ବୋଲି କହୁଥିଲେ।

ସମ୍ବନ୍ଧିତ ଖବର