ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସ୍ତରୀୟ ଅସ୍ତ୍ର ପୂଜନ ଦିବସରେ ଯୋଗଦେଲେ ୫ ଶହରୁ ଊର୍ଦ୍ଧ୍ଵ ଦୁର୍ଗା ବାହିନୀ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ଦୁର୍ଗା ବାହିନୀର ଜିଲ୍ଲା ସ୍ତରୀୟ ଅସ୍ତ ପୂଜନ ଦିବସ ପାଳନ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ରାମ ମନ୍ଦିର ନିକଟରୁ ଦୁର୍ଗା ବାହିନୀର ଏକ ରାଲି ବାହାରିଥିଲା। ଏହି ରାଲି ପ୍ରଥମେ ନୂଆଁ ବସଷ୍ଟାଣ୍ଡ ନିକଟରେ ହେଉଥିବା ଦୁର୍ଗାପୂଜା ମଣ୍ଡପକୁ ଯାଇଥିଲା। ସେଠାରେ ଦୁର୍ଗା ବାହିନୀ ମାନେ ମା’ଦୁର୍ଗାଙ୍କୁ ଦର୍ଶନ କରିଥିଲେ। ପରେ ଥାନା ସାମନା ଦୁର୍ଗା ମଣ୍ଡପକୁ ଯାଇ ମା’ ଙ୍କ ଦର୍ଶନ କରିଥିଲେଯ। ଦୁର୍ଗା ବାହିନୀର ସଦସ୍ୟମାନେ ମା’ ମାଣିକେଶ୍ୱରୀ ପୀଠରେ ହେଉଥିବା ନବରାତ୍ରୀ ପୂଜା ମଣ୍ଡପରେ ମା’ ଙ୍କୁ ଦର୍ଶନ ପରେ ଶେଷରେ ଭୂଦାନ କଲୋନି ପୂଜା ମଣ୍ଡପକୁ ଯାଇଥିଲେ।

ଏହି ବିଶାଳ ରାଲିରେ ବୋରିଗୁମ୍ମା, କୋଟପାଡ଼, କୁନ୍ଦୁରା, ଜୟପୁର ଓ ବୈପାରିଗୁଡା ର ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ଦୁର୍ଗା ବାହିନୀର ପ୍ରାୟ ୫ ଶହରୁ ଊର୍ଦ୍ଧ୍ଵ କେବଳ ମହିଳା ମାନେ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର ଜିଲ୍ଲା ସଭାପତି ଡ଼.ସୁଜାତା ପ୍ରିୟଦର୍ଶିନୀ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଦେଶରେ ଧର୍ମାନ୍ତରୀକରଣ ହେଉଥିବା କହିଥିଲେ।

ସେହିପରି ଦେଶରେ ଲଭ ଜିହାଦ ହେବା ସହ ହିନ୍ଦୁ ବସତି ସ୍ଥାନରେ ଚର୍ଚ୍ଚ ଓ ମସଜିଦ ନିର୍ମାଣ କରୁଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ସବୁବେଳେ ଏହାକୁ ବିରୋଧ କରୁଥିବା କହିଥିଲେ। ଦେଶରେ ଗୋ-ହତ୍ୟାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ଦୁର୍ଗା ବାହିନୀ ସଂଯୋଜିକା ରାଇମତି ହାଲବା, କୁନ୍ଦୁରା ବ୍ଳକ ସଂଯୋଜିକା ରେବତୀ ଘେଉରିଆ, ବୈପାରିଗୁଡା ବ୍ଳକ ସଂଯୋଜିକା ବଇଦି ଗୁଣ୍ଠା, ଜୟପୁର ବ୍ଳକ ସଂଯୋଜିକା ରେଣୁ ହାଲବା ପ୍ରମୁଖ ଉପସ୍ଥିତ ଥିଲେ। ବୋରିଗୁମ୍ମା ବ୍ଳକ ଦୁର୍ଗା ବାହିନୀ ସଂଯୋଜିକା ତନୁଜା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର