କଟକଣା ଉଠିଗଲା ପରେ ସମସ୍ତେ ବେଫିକର: ମୟୂରଭଞ୍ଜରେ ଅମାନିଆ ଗଣିଲେ ୨୮ ଲକ୍ଷରୁ ଅଧିକ ଜରିମାନା 

୪୯୯ ଲିଟର ଦେଶୀ ଓ ୧୯୨.୮୧ ଲିଟର ବିଦେଶୀ ମଦ ଜବତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ବିଶ୍ୱ ମହାମାରୀ କରୋନାକୁ ନେଇ ସଙ୍କଟ ଟଳି ନାହିଁ । ଯଦିଓ ଜିଲ୍ଲାରେ ଦୈନିକ ସଂକ୍ରମଣ କମିଛି ଏବଂ କଟକଣା ଉଠିଛି, ତଥାପି ବିପଦ ଏବେବି ବଳବତ୍ତର ରହିଛି। କଟକଣା ଉଠିଯାଇଥିବାରୁ  ଜିଲ୍ଲାରେ କରୋନା ମାର୍ଗଦର୍ଶିକାକୁ ଅମାନିଆମାନେ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛନ୍ତି । ଏମାନଙ୍କୁ ଠିକଣା ବାଟକୁ ଆଣିବା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ନିଜର ଆଭିମୁଖ୍ୟକୁ କଠୋର କରିବାକୁ ପଡ଼ିଛି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ଚଳିତ ଅଗଷ୍ଟ ମାସର ୨୬ ଦିନରେ (୧୩ରୁ ୧୭ ଫାଇନ କଟା ଯାଇ ନାହିଁ) ମୋଟ ୨୮, ୧୯, ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଚଳିତ ମାସରେ ବେଆଇନ ମଦ କାରବାର ମଧ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରୁ ୪୯୯ ଲିଟର ଦେଶୀ ଓ ୧୯୨.୮୧ ଲିଟର ବିଦେଶୀ ଚୋରା ମଦ ଜବତ ହୋଇଛି। ମାସ୍କ ପିନ୍ଧିନଥିବା ଅଭିଯୋଗରେ ୪୫୮୪ ଜଣ ଅଭିଯୁକ୍ତଙ୍କ ନିକଟରୁ ୧୫, ୧୭, ୧୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି।  ଚେକିଂ ସମୟରେ ମୋଟର ଯାନ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୧,୩୧,୬୦୦ ଟଙ୍କା ଫାଇନ ଆଦାୟ ଓ ୯୧ ଜଣଙ୍କ ଡିଏଲ ଜବତ କରାଯାଇଛି ।
ସେହିପରି ସାମାଜିକ ଦୂରତା ଅଣଦେଖା କରିବା ଅଭିଯୋଗରେ ୫୪୨ ବ୍ୟବସାୟୀଙ୍କ ଠାରୁ ୧,୭୦,୮୦୦ ଟଙ୍କା ଏହିପରି ମୋଟ ୨୮, ୧୯, ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏତେ ଜରିମାନା ଗଣୁଥିଲେ ମଧ୍ୟ ଚେତୁନାହାନ୍ତି ଅମାନିଆ। ସେହିପରି ମାସ୍କ ନପିନ୍ଧି ଜରିମାନା ଦେଉଥିବା ଅମାନିଆଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକି କୋଭିଡ ସହିତ ଲଢେଇରେ ଆମ ପକ୍ଷରେ ଠିକ ନୁହେଁ।
ସମ୍ବନ୍ଧିତ ଖବର