କୋରାପୁଟ: ପଡ଼ୋଶୀ ଛତିଶଗଡ଼ରୁ କୋରାପୁଟକୁ ଆସୁଥିବା ଏକ ସ୍କର୍ପିଓରୁ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ ହୋଇଛି। ବିଏସ୍ଏଫର ଯବାନମାନେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ପୁଲିସ ଥାନାର କୋଡ୍ରିମାଳପୁଟ ନିକଟରେ ଏହି ଟଙ୍କାକୁ ଜବତ କରିଛନ୍ତି। ବିଏସ୍ଏଫ୍ ଜବତ ଟଙ୍କା, ସ୍କର୍ପିଓ ଓ ଘଟଣା ସହିତ ଜଡ଼ିତ ୨ ଜଣ ଲୋକଙ୍କୁ ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଛି।
ମିଳିଥିବା ସୂଚନା ଅନୁସାରେ ବିଏସ୍ଏଫ୍ର ଯବାନମାନେ ଡ୍ୟୁଟିରେ ଥିବା ବେଳେ ରାସ୍ତାରେ ଯାଉଥିବା ଏକ ସ୍କର୍ପିଓକୁ ଦେଖିଥିଲେ। ସ୍କର୍ପିଓକୁ ଦେଖିବା ମାତ୍ରେ ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ସେମାନେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସ୍କର୍ପିଓରୁ ୫୧ଲକ୍ଷ ୧୬ହଜାର ୬୫୦ ଟଙ୍କା ମିଳିଥିଲା। ଏହା ପରେ ବିଏସ୍ଏଫ୍ ଯବାନ ଜବତ ଟଙ୍କା, ସ୍କର୍ପିଓ ଓ ଗାଡ଼ିରେ ଥିବା ୨ ଜଣଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଥିଲେ।
ରିପୋର୍ଟ ଲେଖାଯିବା ବେଳକୁ ମାଛକୁଣ୍ଡ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ଅଟକ ଥିବା ଲୋକେ କେଉଁ କାମରେ ଆସିଥିଲେ ତାହା ଜଣାପଡ଼ି ନାହିଁ। ଘଟଣାର ତଦନ୍ତ ଶେଷ ହୋଇ ନ ଥିବାରୁ ପୁଲିସ ଏ ବାବଦରେ କିଛି କହିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/rupees-timesnownews.jpg)