ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଂଚାୟତ ଅନ୍ତର୍ଗତ ପଡ଼ାଆଉଁଳି ଗ୍ରାମରେ ଝାଡାବାନ୍ତି ଆରମ୍ଭ ହୋଇଛି,ଏଥିରେ ମା ଓ ଝିଅ ଆକ୍ରାନ୍ତ ହୋଇ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଚିକିତ୍ସା ହେଉଥୁବା ବେଳେ ଉଭୟ ଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥୁବା ଡାକ୍ତର ସଚିକାନ୍ତ ଲେଙ୍କା ସୂଚନା ଦେଇଛନ୍ତି ।

Advertisment

ସୂଚନା ଅନୁଯାୟୀ ଲମତାଗୁଡା ପଂଚାୟତ ର ଅତି ଦୁର୍ଗମ ଅଂଚଳ ଭାବେ ପରିଚିତ ପଡ଼ାଆଉଁଳି ଗ୍ରାମର ଉଜ୍ୱଳା ଯାନୀ (୨୭) ଏବଂ ମା ଡମେଇ ଯାନୀ(୬୬) ଆଜି ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଥିଲେ। ଉଜ୍ୱଳା ଯାନୀ ଙ୍କୁ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥୁଲା। ସେହିପରି ମା’ ଡମେଇ ଯାନୀଙ୍କୁ ସନ୍ଧ୍ୟା ୬ଟାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଉଭୟ ମା’ ଏବଂ ଝିଅଙ୍କ ଚିକିତ୍ସା ଆରମ୍ଭ ହୋଇଥିଲେ ହେଁ ସ୍ୱାସ୍ଥ୍ୟ ବସ୍ତାରେ କୌଣସି ସୁଧାର ନଆସିବାରୁ ଉଭୟଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଖାଦ୍ୟ ଜନିତ କାରଣରୁ ଉଭୟ ମା ଏବଂ ଝିଅ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥୁବା ନେଇଁ ଚିକିତ୍ସା କରୁଥୁବା ଡାକ୍ତର ଶ୍ରୀ ଲେଙ୍କା ସନ୍ଦେହ କରୁଥୁବା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।