ମା’-ଝିଅଙ୍କୁ ହତ୍ୟା, ସନ୍ଦେହରେ ସ୍ୱାମୀ ଅଟକ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡ ଘଟଣାରେ ସଂଶ୍ଲିଷ୍ଟ ଥିବା ସନ୍ଦେହ କରି ପୁଲିସ ମୃତ ମହିଳାଙ୍କର ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଥିଲା। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମା’ ଓ ଝିଅଙ୍କର ମୃତଦେହ ଜବତ କରିଛି। ମୃତଦେହ ଦ୍ୱୟ ଶନିବାର ବାରିପଦାରେ ପୋଷ୍ଟମର୍ଟମ ହେବ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର