ମା-ପୁଅଙ୍କ ଜୀବନ ବଞ୍ଚାଇଲେ ଆର୍‌ପିଏଫ୍‌ ଯବାନ

ରାଉରକେଲା: ଟ୍ରେନ୍‌ ବଗି ସହ ପ୍ଲାଟଫର୍ମରେ ଫସି ଥିବା ଉଭୟ ମା’ ଓ ପୁଅଙ୍କ ଜୀବନ ବଞ୍ଚାଇଛନ୍ତି ଆର୍‌ପିଏଫ୍‌ ଯବାନ। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ରାଉରକେଲା ପ୍ଲାଟଫର୍ମ ନଂ ୪ରେ ହାୱଡା- ଅହମ୍ମଦାବାଦ ସ୍ବତନ୍ତ୍ର ଚଳନ୍ତା ‌ଟ୍ରେନ୍‌ରୁ ମା’ ଓ ପୁଅ ଓହ୍ଲାଉଥିବା ବେଳେ ପ୍ଲାଟଫର୍ମରେ ଫସିଯାଇଥିଲେ। ଉଭୟ ମା’ ଓ ପୁଅ ପ୍ଲାଟଫର୍ମରେ ଫସି ରହିଥିବା ଦେଖି ଡ୍ୟୁଟିରେ ଥିବା ଆର୍‌ପିଏଫ୍‌ ମହିଳା କନେଷ୍ଟବଳ ରେଖା ମିଣା ଓ ହେଡ କନେଷ୍ଟବଳ ଦୁହେଁ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍‌କୁ ରୋକିଥିଲେ ଓ ମା’ ଓ ପୁଅଙ୍କୁ ଉଦ୍ଧାର କରିବା ପରେ ଟ୍ରେନ୍‌ ଷ୍ଟେସନ ଛାଡିଥିଲା। ନିଶ୍ଚିତ ମୃତ୍ୟୁ ମୁଖରୁ ଉଭୟ ମା’ ଓ ପୁଅଙ୍କ ଜୀବନ ବଞ୍ଚିଯାଇଥିବାରୁ ଦୁଇ କନେଷ୍ଟବଳଙ୍କୁ ଧନ୍ୟବାଦ ଦେଇଛନ୍ତି ଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ।

ସମ୍ବନ୍ଧିତ ଖବର