ଭୁବନେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି । ଆଜି ଅପରାହ୍ଣ ସାଢ ଗୋଟାଏ ବେଳେ ଜଣେ ମା’ ନିଜର ୩ ବର୍ଷର ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି ।
ସଂପୃକ୍ତ ମହିଳା ଜଣକ ନିକଟରେ ଥିବା ଦୁଧହଂସା ଗାଁର ବୋଲି ଜଣାପଡ଼ିଛି । ଜିଆରପି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ କହଳ କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସ୍ଥାନୀୟ ଲୋକ କହୁଛନ୍ତି ।