ଏମିତି ବି ଆସେ ମୃତ୍ୟୁ: ପୋଖରୀକୁ ଗାଧେଇବାକୁ ଯାଇ ମା’ ଓ ଝିଅ ମୃତ

ଯାଜପୁର: ଯାଜପୁର ମଙ୍ଗଳପୁର ଥାନା ଥାଲକୁଡ଼ି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମ ଜାଇ ମହାନ୍ତିପାଟଣାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦ୍ବୟ ହେଲେ ସୁଧାଂଶୁ ଶେଖର ମହାନ୍ତିଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି (୩୪) ଓ ଝିଅ ଲେଖାଶ୍ରୀ (୧୪)।
ସୂଚନାଯୋଗ୍ୟ, ବାତ୍ୟାର ପ୍ରଭାବରେ ବର୍ଷା ହୋଇ ପୋଖରୀରେ ଅଧିକ ପାଣି ହୋଇଯାଇଥିଲା। ଆଜି ସକାଳୁ ଶ୍ରଦ୍ଧାଞ୍ଜଳି ଓ ଲେଖାଶ୍ରୀ ମା’ ଓ ଝିଅ ଦୁହେଁ ଗାଧେଇବାକୁ ଯାଇଥିଲେ। ଦୀର୍ଘ ସମୟ ଘରକୁ ନଫେରିବାରୁ ଖୋଜାଖୋଜି ପରେ ପୋଖରୀ‌ରେ ଦୁ‌ହେଁ ବୁଡ଼ି ଯାଇଥିବା ଖବର ମିଳିଥିଲା। ଏହାପରେ ପୋଖରୀ ଭିତରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ମା’ ଓ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଉଭୟଙ୍କ ଶବ ବ୍ୟବଛ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। .

ସମ୍ବନ୍ଧିତ ଖବର