ଅଗ୍ନିକାଣ୍ଡରେ ଜଳିଗଲେ ମା’, ୧୦ ବର୍ଷର ଝିଅ ଗୁରୁତର

ଭଦ୍ରକ: ଆଜି ରାତିରେ ଭଦ୍ରକରେ ଘଟିଛି ଅଭାବନୀୟ ଘଟଣା । ଅଗ୍ନିକାଣ୍ଡରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଏହି ଭଳି ମର୍ମନ୍ତୁଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ବାଣୀତିଆ ଗ୍ରାମର ମହଲାସାହିରେ । ମହଲାସାହିର ପ୍ରଭାତ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାତଙ୍କ ସ୍ତ୍ରୀ ଭାରତୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ୧୦ ବର୍ଷର ଝିଅ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ବେଳେ ତାଙ୍କ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଠ ହୋଇ ନାହିଁ । ଭଦ୍ରକ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।
ସମ୍ବନ୍ଧିତ ଖବର