ବଜ୍ରପାତରେ ଜୀବନ ହାରିଲେ ମହିଳା ଚାଷୀ, ପୁଅ ଗୁରୁତର

ଟିଟିଲାଗଡ଼: ବଜ୍ରପାତରେ ଆଜି ଅପରାହ୍ନରେ ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଳା ଥାନା ଅନ୍ତର୍ଗତ ଆମ୍ବପାଲି ପଂଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ହେଲେ ରେବତୀ ସାହୁ । ଗୁରୁତର ପୁଅ ବିଭୀଷଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆମ୍ବପାଲି ପଂଚାୟତର ଭେରୁଆଁଭଟ୍ଟା ଗାଁର ୩୮ ବର୍ଷୀୟା ମହିଳା ଚାଷୀ ରେବତୀ ସାହୁ ୮ ବର୍ଷୀୟ ପୁଅ ବୀଭିଷଣଙ୍କ ସହ ଅପରାହ୍ନ ନିଜ ଜମିରେ ଲଟା ବାଛିବାକୁ ଯାଇଥିଲେ । ସେତେବେଳେ ସାମାନ୍ୟ ବର୍ଷା ସହ ବଜ୍ରପାତ ଘଟିଥିଲା । ବଜ୍ରପାରେ ରେବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ବିଭୀଷଣଙ୍କୁ ଚିକିତ୍ସା ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ।

ତେବେ ସେଠାରେ ବିଭୀଷଣର ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଚାଷ କ୍ଷେତରେ ଏଭଳି ଅଭାବନୀୟ ଘଟଣା ପରେ ପରିବାରରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି ।

ସମ୍ବନ୍ଧିତ ଖବର