ନବରଙ୍ଗପୁର : ରକ୍ତହୀନତା , ଅସୁରକ୍ଷିତ ଓ ଘରେ ପ୍ରସବ ଯୋଗୁଁ ଆଜି ଜଣେ ପ୍ରସୂତୀ ମାଙ୍କ ଅକାଳରେ ଚାଲିଯାଇଛି ଜୀବନ । ୫ ଦିନର ନବଯାତ ଶିଶୁ ପୁତ୍ର ସମେତ ୪ ଜଣ ଶିଶୁ ମା’ ଛେଉଣ୍ଡ ହୋଇଯାଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ମାତୃମୃତ୍ୟୁ ହାର କମାଇବା ପାଇଁ ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଗୁରୁତ୍ବ ଦେଉଛନ୍ତି । ଡାକ୍ତରଖାନାରେ ପ୍ରସବ ସଂକ୍ରାନ୍ତରେ ସଚେନତା କରିବା ପାଇଁ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ଯେଉଁଠି ନିଜେ ସ୍ବାସ୍ଥ୍ୟ କର୍ମୀ ନିଜ ପକେଟକୁ ଟଙ୍କା ଆସିବା ପାଇଁ ଘରେ ଯାଇ ପ୍ରସବ କରାଉଛନ୍ତି ସେଠି ସରକାର କାହାକୁ ସଚେତନ କରିବେ ?
ମିଳିଥିବା ଖବର ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ଦେଓବନ୍ଧ ଗ୍ରାମର ପୁରୁଷୋତ୍ତମ କନେରଙ୍କ ପତ୍ନୀ ହୀରାଦେଇ କନେର ଙ୍କ ଗତ ୨୧ ତାରିଖ ଦିନ ପ୍ରସବ ବେଦନା ଅସହ୍ୟ ହେବାରୁ ପରିବାର ଲୋକ ଏଏନଏମ୍ ଙ୍କୁ ଖବର ଦେଇଥିଲେ। ମହିଳା ସ୍ବାସ୍ଥ୍ୟ କର୍ମୀ ତାଙ୍କ ଘରକୁ ଯାଇ ପ୍ରସବ କରାଇଥିଲେ । ତାଙ୍କର ଘରେ ଏକ ପୁତ୍ର ସନ୍ତାନ ପ୍ରସବ ହୋଇଥିଲା। ଗତ ୨୨ ତାରିଖ ଅପରାହ୍ନ ରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରିବାର ଲୋକେ ଆଶା କର୍ମୀଙ୍କ ସହାୟତାରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ହୀରାଦେଇଙ୍କୁ ଚିକିତ୍ସା କରିବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ମେଡିକାଲ କଲେଜ ରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନବଜାତ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି। ମୃତ ହୀରାଦେଇଙ୍କ ସ୍ବାମୀ ପୁରୁଷୋତ୍ତମ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ୩ଟି ସନ୍ତାନର ଜନନୀ ଥାଇ ପୁଣି ଥରେ ଗର୍ଭବତୀ ହୋଇଥିଲେ। ତାଙ୍କ ସ୍ତ୍ରୀଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ସେମାନେ ଏଏନଏମଙ୍କୁ ଖବର ଦେଇଥିଲେ। ଏଏନଏମ୍ ତାଙ୍କ ଘରକୁ ଆସି ଡାକ୍ତରଖାନା ନେବା ପରିବର୍ତ୍ତେ ତାଙ୍କ ଘରେ ପ୍ରସବ କରାଇ ୧ ହଜାର ଟଙ୍କା ନେଇଥିଲେ। ଅସୁରକ୍ଷିତ ପ୍ରସବ ଯୋଗୁଁ ହିରାଦେଇଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ନିଜ ସ୍ତ୍ରୀ ହରାଦେଇଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ କରି ସେ ଫେଲ ମାରିଲେ। ଶେଷ ରେ ହିରାଦେଇ କୋରାପୁଟ ବଡ ମେଡିକାଲରେ ଜୀବନ ହାରିଲେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/shameful-man-dies-of-hunger-in-jharkhand-officials-cover-up-by-saying-he-died-due-to-illness-1532682875-725x725-1560013752.jpg)