ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଳକ କଳାପଥର ସତ୍ୟବାଦୀ ଯୁକ୍ତ କଲେଜର ଓଡ଼ିଆ ଭାଷା ବିଭାଗର ଅଧ୍ୟାପକ ରାମଚନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ କଲ୍ୟାଣୀ ଖଣ୍ଡଗିରୀ (୪୦)ଙ୍କ ବୁର୍ଲା ଡ଼ାକ୍ତରଖାନାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁସାରେ, କଲ୍ୟାଣୀ ତାଙ୍କର ଅଧ୍ୟାପକ ସ୍ବାମୀ ରାମଚନ୍ଦ୍ର ପ୍ରଧାନ ଓ ପୁଅ ସୋମ ସ୍ବାଗତ ପ୍ରଧାନଙ୍କ ସହିତ ଝିଅ ପ୍ରତ୍ୟାଷାର ଚିକିତ୍ସା ପାଇଁ ଗୁରୁବାର ଦିନ ସକାଳ ସାତଟା ବେଳେ ସୋନ୍ପୁରରୁ ବୁର୍ଲା ଅଭିମୁଖେ ବାହାରି ଥିଲେ। ବୁର୍ଲା ମେଡ଼ିକାଲରେ ଝିଅର ଦେହ ଦେଖାଇ ସାରିବା ପରେ ଗାଡ଼ିରେ ବସିଥିଲେ। ବୀରମହାରାଜପୁର ଫେରିବା ପାଇଁ ଗାଡ଼ିରେ ବସିଲା ବେଳକୁ କଲ୍ୟାଣୀ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ବୁର୍ଲାରେ ବର୍ହି ବିଭାଗରରେ ଚିକିତ୍ସା କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କଲ୍ୟାଣୀଙ୍କ ପରଲୋକ ଘଟିଥିଲା। ସେଠାରୁ ତାଙ୍କର ମରଶରୀର କଲ୍ୟାଣୀଙ୍କ ଜନ୍ମସ୍ଥାନ ବୀରମହାରାଜପୁର ନିକଟସ୍ଥ ବିକଲପାଲି ଅଣାଯାଇଥିଲା।
ସ୍ବର୍ଗତ କଲ୍ୟାଣୀଙ୍କ ବଡଭାଇ ବୀରମହାରାଜପୁର ବରିଷ୍ଠ ସାମ୍ବାଦିକ ତଥା ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ଆଇନଜୀବି ସ୍ବୟମ୍ଭୁନାଥ ଖଣ୍ଡଗିରୀଙ୍କ ବିକଲପାଲି ବାସଭବନରେ ପହଞ୍ଚିଲା ପରେ ସନ୍ଧ୍ୟାରେ ଗାଁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ବାମୀ ରାମଚନ୍ଦ୍ର ପ୍ରଧାନ ମୁଖାଗ୍ନୀ ଦେଇଥିଲେ। ଅନ୍ତିମ ସଂସ୍କାରରେ କଳାପଥର ସତ୍ୟବାଦୀ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ପ୍ରଧାନଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସଭାନେତ୍ରୀ ପଦ୍ମିନୀ ବିବାର, ଉଲୁଣ୍ଡାବ୍ଳକ ପୂର୍ବତନ ଅଧ୍ୟକ୍ଷ ଝସକେତନ ବଘାର ପୁର୍ବତନ କଳାପଥର ସରପଞ୍ଚ ତ୍ରିଲୋକେସ ମହାକୁଡ଼, ବରିଷ୍ଠ ଆଇନଜୀବି ଅମ୍ବରିସ ମହାକୁଡ଼, ସମିର ମହାକୁଡ଼, କାମପାଳ ସାହୁ, ଶ୍ରବଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଖଣ୍ଡଗିରୀ ପରିବାର ଓ ମୃତ୍ୟୁ ବରଣ କରିଥିବା କଲ୍ୟାଣୀଙ୍କ ସ୍ବାମୀଙ୍କ ପରିବାର ଓ ସମ୍ପର୍କୀୟ ଲୋକ ଉପସ୍ଥିତ ଥିଲେ। ଘଟଣାଟିରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/WhatsApp-Image-2021-08-12-at-8.32.17-PM.jpeg)