ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି। କାଦୁଅ ପଚ ପଚ ଶୋଚନୀୟ ରାସ୍ତା ପାଇଁ ଆମ୍ବୁଲାନ୍ସ ଗାଁ ନିକଟକୁ ପହଂଚି ପାରୁନାହିଁ। ଫଳରେ ପରିବାର ଲୋକ ବାଧ୍ୟ ହୋଇ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣୁଛନ୍ତି।ଏହିଭଳି ଅଭାବନୀୟ ଦୃଶ୍ୟ ଝରିଗାଁ ବ୍ଲକ ପାଲିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଲଝରୀ ଗ୍ରାମର ପଡାଗ୍ରାମ ଦିଉଡୁଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଦିଉଡୁଗୁଡା ଗ୍ରାମର ଚୈତନ୍ୟ ସାନ୍ତlଙ୍କ ସ୍ତ୍ରୀ ରଇଲା ସାନ୍ତl(୨୩)ଙ୍କୁ ଆଜି ଭୋରରୁ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତୁରନ୍ତ ସ୍ଥାନୀୟ ଆଶାକର୍ମୀ ବନୀତା ଗୌଡ଼ଙ୍କୁ ଖବର ଦେଇଥିଲେ। ଖବର ପାଇ ଆଶା ତୁରନ୍ତ ରଇଲା ସାନ୍ତlଙ୍କ ଘରେ ପହଂଚି ଆମ୍ବୁଲାନ୍ସକୁ ଖବର ଦେଇଥିଲେ।
/sambad/media/post_attachments/wp-content/uploads/2022/07/40f610e8-3e60-4a2c-99fb-0093c60b1a04-300x178.jpg)
ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ସହ ଦିଉଡୁଗୁଡା ଗ୍ରାମର ରାସ୍ତା ଖରାପ ଯୋଗୁଁ ଦେଢ଼ କିଲୋମିଟର ଦୂର ବେଳଝରି ଗ୍ରାମ ନିକଟରେ ରହିଯାଇଥିଲା। ଖବର ପାଇ ପରିବାର ଲୋକ ଦୁଇଟି ସାଇକେଲରେ ଏକ ଖଟିଆ ରଖି ଖଟିଆ ଉପରେ ପଲିଥିନ ଦେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବାର ଏକ ଘଣ୍ଟା ପରେ ରଇଲା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ବର୍ତ୍ତମାନ ଉଭୟ ନବଜାତ ଶିଶୁ ଏବଂ ରଇଲାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/8bbc4410-0735-4dbc-a78e-cf86fb216916.jpg)